ତୃତୀୟ ପର୍ଯ୍ୟାୟ ମତଦାନ: ବିଧାନସଭା ପାଇଁ ୩୩ ଓ ଲୋକସଭା ପାଇଁ ୧୨ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ୬ ଟି ଲୋକସଭା ଆସନ ପାଇଁ ଆଜି ପାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୪୨ ଟି ବିଧାନସଭା ଆସନ ପାଇଁ ଆଜି ୧୦ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସୁଦ୍ଧା ତୃତୀୟ ପ୍ରର୍ଯ୍ୟାୟ ଲୋକସଭା ପାଇଁ ୧୨ ଜଣ ଓ ବିଧାନସଭା ପାଇଁ ୩୩ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନ କରିବା ପାଇଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବିଜିନ୍ନ ଜିଲ୍ଲାରେ ୬୬୦୮ ଟି ଜାମିନ ବିହୀନ ପରଓ୍ଵାନ କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଅନୁଯାୟୀ ୩୨୯୫୧ ଜଣଙ୍କୁ ଅଟକ ରଖାଯାଇଛି । ୪୧୭୦ ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜିଲ୍ଲା ପ୍ରଶାସନ ଠାରେ ଜମା ଦିଆଯାଇଛି । ଲାଇସେନ୍ସ ନଥିବା ୧୬୨ଟି ଅସ୍ତ୍ରଶସ୍ତ୍ର ଏବଂ ୨୪୯.୦୩୨ କିଲୋଗ୍ରାମ ବିଷ୍ପୋରକ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ୭୭୯୭୯.୨୨୫ ଲିଟର ମଦ ଜବତ କରାଯାଇଛି । ଯାହାର ଆନୁମାନିକମୂଲ୍ୟ ୨ କୋଟି ୨୪ ଲକ୍ଷ ୭୬ ହଜାର ୬୨ପଇସା ହେବ ।

ସମ୍ବନ୍ଧିତ ଖବର