ଭୁବନେଶ୍ବର: ମୋହନ ମାଝୀ ହେବେ ଓଡ଼ିଶାରେ ଆଦିବାସୀ ବର୍ଗରୁ ତୃତୀୟ ମୁଖ୍ୟମନ୍ତ୍ରୀ। ପୂର୍ବରୁ ହେମାନନ୍ଦ ବିଶ୍ବାଳ ଓ ଗିରିଧର ଗମାଙ୍ଗୋ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ତେବେ ଏହି ଦୁଇ ନେତା କମ୍ ଦିନ ପାଇଁ ଏହି ପଦବିରେ ରହିଥିଲେ। ଆଦିବାସୀ ବର୍ଗରୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେଲେ ହେମାନନ୍ଦ ବିଶ୍ବାଳ। ସେ ୧୯୮୯ ମସିହାରେ ପାଖାପାଖି ୩ ମାସ ମୁଖ୍ୟମନ୍ତ୍ରୀ ରହିଥିଲେ। ୧୯୯୯ ମସିହା ଡିସେମ୍ବର ମାସରେ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥର ମଧ୍ୟ ସେ ୩ ମାସ ମୁଖ୍ୟମନ୍ତ୍ରୀ ରହିଥିଲେ। ଆଦିବାସୀ ବର୍ଗରୁ ପ୍ରତିନିଧିତ୍ବ କରୁଥିବା ଦ୍ବିତୀୟ ମୁଖ୍ୟମନ୍ତ୍ରୀ ହେଲେ ଗିରିଧର ଗମାଙ୍ଗୋ। ସେ ୧୯୯୯ ମସିହା ଫେବ୍ରୁଆରି ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ସେ ମଧ୍ୟ ଅଧିକ ଦିନ ତିଷ୍ଠି ପାରି ନଥିଲେ। ପାଖାପାଖି ୧୦ ମାସ ଦାୟିତ୍ବରେ ରହି ସେହି ବର୍ଷ ଡିସେମ୍ବର ମାସରେ ଇସ୍ତଫା ଦେଇଥିଲେ।
ଓଡ଼ିଶାରେ ତୃତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2023/09/Mohan-Majhi.jpeg)