ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ୍ କରିଛନ୍ତି। କଟକ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରିବା ପରେ ନିଜର ୟୁଟ୍ୟୁବ୍ ଚାନେଲରେ ‘ଅନ୍ଟୋଲ୍ଡ ଟ୍ରୁଥ୍’ ଶୀର୍ଷକ ଭିଡିଓର ୩ୟ ଭାଗ ସେୟାର କରିଛନ୍ତି। ସାଂସଦ କହିଛନ୍ତି, ଛାଡ଼ପତ୍ର ମାମଲାରେ ଫ୍ୟାମିଲି କୋର୍ଟର ଅର୍ଡର ସିଟ୍ ର ପ୍ରକୃତ କଥା ସମସ୍ତେ ଜାଣିବା ଦରକାର ଯେ କିଏ ଆନ୍ତରିକତାର ସହିତ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହାଁନ୍ତି ଏବଂ କିଏ ଦୃଢ଼ଭାବରେ ଆପତ୍ତି କରିଛନ୍ତି। କିଏ କହିଛନ୍ତି ଯେ ମିଡିଆ ବନ୍ଦ କରିପାରିବେ ନାହିଁ। କିନ୍ତୁ ବର୍ତ୍ତମାନ, ମୋ ବିରୁଦ୍ଧରେ ଏତଲା। ଧୈର୍ଯ୍ୟ ଧର ବର୍ଷା। ଏହା ତ ଆରମ୍ଭ ମାତ୍ର।
&
True copies of Family Court’s order sheets in my Divorce case for all to know that who sincerely wanted to restrict media & who strongly objected saying, nobody can stop media! But now, FIR against me! Have patience @VarshaPriyadar3🍫 It’s just the beginning!#FaceTheTruthVarshapic.twitter.com/Jzff6Fesfo
— Anubhav Mohanty (@AnubhavMohanty_) May 23, 2022
nbsp;
ଅନୁଭବ କହିଛନ୍ତି, ସେ ଜଣେ ରାଜନୈତିକ ବ୍ୟକ୍ତି। ପାରିବାରିକ ମାମଲା ମିଡିଆକୁ ଗଲେ ତାଙ୍କର ବିରୋଧୀ ଏହାକୁ ପ୍ରସଙ୍ଗ କରିବେ। ପରେ ବାହାଘର ଖେଳ ଘେର ଭାବେ ପରିଣତ ହୋଇଯିବ। ତେଣୁ ମିଡିଆରେ ଏହି ମାମଲା ପ୍ରସାରଣ ନହେବାକୁ ଅପିଲ କରିଥିଲେ କିନ୍ତୁ ବର୍ଷା ଏହାକୁ ସେତେବେଳେ ବିରୋଧ କରିଥିଲେ ବୋଲି ସାଂସଦ କହିଛନ୍ତି। ଯଦି ସେ ତାଙ୍କର ଏତେ କ୍ଷତି କରୁଥିଲେ ପୂର୍ବରୁ କାହିଁକି ବର୍ଷା ଏତଲା ଦେଉନଥିଲେ। ଦୁଇ ବର୍ଷରେ ତାଙ୍କ ବିରୋଧରେ ଏତେ ଏତଲା କୁଆଡ଼ୁ ଆସିଲା ବୋଲି ଅନୁଭବ ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି। ସତ ଧୀରେ ଧୀରେ ସାମ୍ନାକୁ ଆସିବ। ପୁଲିସ ଏବଂ ପ୍ରଶାସନ ଉପରେ ଭରସା ରହିଛି ବୋଲି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି କହିଛନ୍ତି ।
ସୂଚନାଯୋଗ୍ୟ, ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ ସାଂସଦ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି। ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି ।