ଭୁବନେଶ୍ୱର: ଓଡ଼ିଶାରେ ଫେବ୍ରୁଆରିରେ ତୃତୀୟ ଲହର ପିକ୍ ନେଇପାରେ ବୋଲି ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସେ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ଦୁଇ ମାସ ବିଳମ୍ବରେ ଆସିଥିଲା। ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ ଖୁବଶୀଘ୍ର ଓଡ଼ିଶା ଆସିବ। ଫେବ୍ରୁଆରି ମାସ ଶେଷ ବେଳକୁ ଏହା ପିକ୍ ନେଇ ପାରେ।
ସର୍ଭିଲାନ୍ସ,ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି। ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ପେଡ଼ିୟାଟ୍ରିକ ବିଭାଗ, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି। ଭିତ୍ତିଭୂମି ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ଆମେ ପ୍ରସ୍ତୁତ ରହିଛୁ। ରାଜ୍ୟର ସଙ୍ଗରୋଧ ସମୟ ୧୪ ଦିନ ରହିଛି। ସେଥିରେ କିଛି ପରିବର୍ତ୍ତନ ହୋଇନି। ଆମେରିକାରେ ଅବଶ୍ୟ ଏହି ନିୟମରେ ପରିବର୍ତ୍ତନ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp