ଏମ୍‌ଓୟୁ କରି ଓହରିଯାଇଛନ୍ତି ୧୩ କମ୍ପାନି

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ପ୍ରକାର ଶିଳ୍ପ ସ୍ଥାପନ ନିମନ୍ତେ ୨୦୦୨ ରୁ ୨୦୧୧ ମଧ୍ୟରେ ସରକାର ୯୨ଟି ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହା ଦ୍ବାରା ୫,୬୮,୬୪୮,୩୯ କୋଟି ଟଙ୍କାର ପୁଞ୍ଜିନିବେଶ ଆକଳନ କରାଯାଇଛି। ତେବେ ଏହି କମ୍ପାନିଗୁଡ଼ିକ ମଧ୍ୟରୁ ୧୩ଟି କମ୍ପାନି ପରବର୍ତ୍ତୀ ସମୟରେ ଶିଳ୍ପ ସ୍ଥାପନରୁ ଓହରି ଯାଇଛନ୍ତି। ବିଧାନସଭା‌େର ଗଣେଶ ରାମ ଖୁଣ୍ଟିଆଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ଏମ୍‌ଓୟୁ ସ୍ବାକ୍ଷର କରିଥିବା ୪୬ଟି କମ୍ପାନି ଦ୍ବାରା ସ୍ଥାପନ ହୋଇଥିବା ଶିଳ୍ପ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହା ଦ୍ବାରା ୨,୫୪,୧୯୮.୯୩ କୋଟି ଟଙ୍କାର ପୁଞ୍ଜିନିବେଶ ଆକଳନ କରାଯାଇଛି। ଅନ୍ୟ ୩୩ଟି ଶିଳ୍ପ ନିର୍ମାଣାଧୀନ ଅଛି।

ସମ୍ବନ୍ଧିତ ଖବର