ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଦେଶରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଣ୍ଡାମାନ ନିକୋବରର ହଟ୍‌-ବେ’ରେ ୭ ସେ.ମି ବର୍ଷା ରେକର୍ଡ ହୋଇଥିବା ବେଳେ ତେଲେଙ୍ଗାନାର ଆଦିଲାବାଦ୍‌ରେ ୭ ସେ.ମି, ସବ୍‌ ହିମାଲୟନ୍‌ ୱେଷ୍ଟ୍‌ ବେଙ୍ଗଲର ଗାଙ୍ଗ୍‌ଟକ୍‌ରେ ୮ ସେ.ମି ବର୍ଷା ରେକର୍ଡ ହୋଇଥିବା ବେଳେ ୱେଷ୍ଟ୍‌ ମଧ୍ୟପ୍ରଦେଶର ଧର୍‌ରେ ୧୦ ସେ.ମି ଓ ଭୁବନେଶ୍ବରେ ରେକର୍ଡ ହୋଇଛି ୧୧ ସେ.ମି ବର୍ଷା।

ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ପାଇଁ ଯାତାୟତରେ ଦେଖାଦେଇଛି ସମସ୍ୟା । ଆସନ୍ତା ୪ ଦିନ ଅର୍ଥାତ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୧୮ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ଜିଲ୍ଲାଗୁଡ଼ିକ ହେଲା ପୁରୀ, କେନ୍ଦ୍ରାପଡା, ଗଂଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ ଯାଜପୁର, କଟକ, ଜଗତସିଂହପୁର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ରାୟଗଡ଼ା, ନୂଆପଡ଼ା କଳାହାଣ୍ଡି, ନବରଙ୍ଗପୁର ।

 

ସମ୍ବନ୍ଧିତ ଖବର