ପୁରୀ: ଆସନ୍ତା ଶୁକ୍ରବାର ଗୁରୁପୂର୍ଣ୍ଣିମା ରାତିରେ ଚଳିତ ଶତାଦ୍ଦୀର ଦୀର୍ଘତମ ପୂର୍ଣ୍ଣଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଓଡ଼ିଶାର ପାଞ୍ଜିକାରମାନଙ୍କ ଅନୁସାରେ, ରାତି ୧୧.୫୩.୪୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ, ୧ଟାରେ ପୂର୍ଣ୍ଣଗ୍ରାସ, ୧.୫୮.୫୦ ସେକେଣ୍ଡରେ ଗ୍ରହଣ ମଧ୍ୟକାଳ, ୨.୪୩.୦୮ରେ ଗ୍ରହଣ ସର୍ବମୋକ୍ଷ ଓ ୩.୫୬.୦୩ ସେକେଣ୍ଡରେ ଗ୍ରହଣର ଆଦ୍ୟନ୍ତ କାଳ ହେବ।
ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ହୋଇଛି। ରାତି ୧୧/୫୩/୪୮ ସେକେଣ୍ଡ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଗ୍ରହଣ ଭୋଗ ଲାଗି ହେବ। ଏହାପରେ ମଇଲମ ଓ ସନ୍ଧ୍ୟା ଆରତି ଓ ଅନ୍ୟାନ୍ୟ ନୀତିମାନ କରାଯିବ। ଦିବା ୨ଟା ୫୪ ମିନିଟ୍ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ । ରାତ୍ର ୩/୪୯/୩ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ।
ସକଳା ୫ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା,, ସାଢ଼େ ୫ଟାରେ ଶ୍ରୀମନ୍ଦିର ଭିତର ଶୋଧ, ୫.୪୦ରେ ମଙ୍ଗଳ ଆଳତି, ୬ଟା ରେ ମଇଲମ, ସାଢ଼େ ୬ଟାରେ ତଡ଼ପ ଲାଗି, ସାଢ଼େ ୭ଟାରେ ଅବକାଶ ଓ ରୋଷହେବ, ୮ଟାରେ ବେଶ ଶେଷ, ୮.୧୫ରେ ସୂର୍ଯ୍ୟ ପୂଜା, ସାଢ଼େ ୮ଟା ରେ ଦ୍ୱାରପାଳ ପୂଜା, ୯ଟା ରେ ଗୋପାଳ ବଳ୍ଲଭ ନୀତି ନିର୍ଘଣ୍ଟ ହୋଇଛି।
ସେହିପରି ସାଢ଼େ ୯ଟାରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳ ଧୂପ, ୧୦.୪୫ରୁ ୧୧.୧୫ମଲଲମ ଓ ବେଶ, ୯.୪୦ରୁ ୧୧.୩୦ ଭୋଗମଣ୍ଡପ, ୧୨.୦୦ରୁ ୨.୦୦ଦ୍ୱିତୀୟ ଭୋଗମଣ୍ଡପ, ୨.୩୦ରେ ଦକ୍ଷିଣଘର ଭୋଗ ଓ ୨.୫୪ରେ ତଡ଼ପଲାଗି କରାଯିବ।
/sambad/media/post_attachments/wp-content/uploads/2018/07/jagannath-temple-1-300x224.jpg)
ଏପଟେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତିରେ ପରିବର୍ତ୍ତନ କରାଯାଇଛି। ମନ୍ଦିରରେ ୨୭ ତାରିଖ ଭୋର୍ ୬ଟା ପୂର୍ବରୁ ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯିବ। ସକାଳ ୬ଟା ସୁଦ୍ଧା ସନ୍ଧ୍ୟା ଧୂପ କରାଯାଇ ସାଢ଼େ ୬ଟାରୁ ୯ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ହେବ।
ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ଗର୍ଭଗୃହ ସଫେଇ କରାଯିବ। ସାଢ଼େ ୯ଟାରେ ମାଘସ୍ନାନ କରାଯିବ। ଏହା ପରେ ମନ୍ଦିରରେ ଅନ୍ୟାନ ନୀତି କରାଯିବ। ଅପରାହ୍ନ ୨ଟା ୩୦ମିନିଟ୍ ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଧୂପ ଓ ଠାକୁରାଣୀଙ୍କ ସନ୍ଧ୍ୟା ଧୂପ କରାଯିବ। ୨ଟା ୫୪ରେ ସମସ୍ତ ନୀତି ବନ୍ଦ ରହିବ। ତେବେ ଠାକୁରଙ୍କୁ ଆଡ଼କାଠରୁ ଦର୍ଶନ ସୁବିଧା ଥିଲେ ମଧ୍ୟ ଭୋଗରାଗ ଓ ପୂଜାର୍ଚନା ମଧ୍ୟ ବନ୍ଦ ରହିବ। ରାତି ୨ଟା ୧୫ ମିନିଟରୁ 3ଟା ମଧ୍ୟରେ ଗ୍ରହଣ ଚାଲୁଥିବା ସମୟରେ ଶ୍ରୀଜିଉ ଗ୍ରହଣ ସ୍ନାନ ପାଇଁ ବିନ୍ଦୁସାଗରକୁ ଯାତ୍ରା କରି ସେଠାରେ ଗ୍ରହଣ ଗାଧୁଆ କରିବେ। ପରେ ମନ୍ଦିରରେ ଗ୍ରହଣ ଭୋଗ ଲାଗି କରାଯିବ। ରାତି ୩ଟା ୫୫ମିନିଟ୍ ପରେ ଗ୍ରହଣ ସର୍ବମୋକ୍ଷ ପରେ ମନ୍ଦିରରେ ରୋଷ ହୋମ କରାଯିବା ସହ ବଡ଼ସିଂହାର ଓ ଅନ୍ୟାନ୍ୟ ନୀତି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/lunar-eclipse.jpg)