ରାଇରଙ୍ଗପୁର: ଶ୍ରେଣୀଗୃହରେ ଗୋଟିଏ କଳାପଟା। ଗୋଟିଏ ପାର୍ଶ୍ବରେ ଓଡ଼ିଆ ଶିକ୍ଷକ ପାଠ ପଢ଼ାଉଛନ୍ତି ତ ଆଉ ଗୋଟିଏପଟେ ଗଣିତ ଶିକ୍ଷକ ପାଠ ପଢ଼ାଉଛନ୍ତି। ଶ୍ରେଣୀକକ୍ଷରେ ଦୁଇଜଣ ଶିକ୍ଷକ ଏକକାଳୀନ ପାଠ ପଢ଼ାଇବା ଦୃଶ୍ୟ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ଉପହାସ କରୁଛି। ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ଏକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ବାମନଘାଟି ଉପଖଣ୍ଡ କାର୍ଯ୍ୟାଳୟଠାରୁ ୩୫ କିମି ଦୂର ଉପାନ୍ତ ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଗୁହାଳଡାଙ୍ଗିରୀ ପଞ୍ଚାୟତ ଡଙ୍ଗାପାଣିଠାରେ ରହିଛି ଏହି ପ୍ରାଥମିକ ବିଦ୍ୟାଳୟ। ୧୯୬୭ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ପୂର୍ବରୁ ନିର୍ମିତ ଗୃହଗୁଡ଼ିକ ଏବେ ଭାଙ୍ଗିଗଲାଣି। ଚାରିବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଶ୍ରେଣୀଗୃହ ଛାତର ପ୍ଲାଷ୍ଟର ଖସି ଯାଇଥିବାରୁ ବର୍ଷାଦିନରେ ପାଣି ଗଳୁଛି। ଏବେ ବିଦ୍ୟାଳୟରେ ୩ ଜଣ ଶିକ୍ଷକ
ଥିବାବେଳେ ଦୁଇଟି ଶ୍ରେଣୀଗୃହ ରହିଛି।
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଗୋଟିଏ କକ୍ଷରେ ବସୁଥିବା ବେଳେ ଅନ୍ୟ ଏକ ଛୋଟ କକ୍ଷରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେବେ ବର୍ଷା ହେଲେ ପାଣି ଗଳୁଥିବାରୁ ବାଧ୍ୟହୋଇ ଗୋଟିଏ କକ୍ଷରେ ସବୁଶ୍ରେଣୀର ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଖୁନ୍ଦାଖୁନ୍ଦି ହୋଇ ବସୁଛନ୍ତି। ତେବେ ଗୋଟିଏ କୋଠାରୀରେ ଶିକ୍ଷାଦାନ କେମିତି ହେଉଥିବ ଏଥିରୁ ସ୍ପଷ୍ଟ ଅନୁମେୟ। ଦୁଇଦିନ ତଳେ ‘ସମ୍ବାଦ’ ପ୍ରତିନିଧି ଖବର ସଂଗ୍ରହ ପାଇଁ ଗଲାବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ କଳାପଟାରେ ଜଣେ ଶିକ୍ଷକ ଓଡ଼ିଆ ପଢ଼ାଉଥିବା ବେଳେ ଅନ୍ୟପଟେ ଗଣିତ ଶିକ୍ଷକ ପାଠ ପଢ଼ାଉଥିବା ଦେଖିବାକୁ ମିଳିଥିଲା। ଏହିଭଳି ପାଠପଢ଼ାକୁ ପ୍ରଧାନଶିକ୍ଷକ ଦେବେନ୍ଦ୍ର ବେହେରା ସ୍ବୀକାର କରିଥିଲେ। ସେ କହିଥିଲେ, ଶ୍ରେଣୀକକ୍ଷ ନ ଥିବାରୁ ଏଭଳି ପଢ଼ାଇବାକୁ ଆମେ ବାଧ୍ୟ ହେଉଛୁ।
ଏ ସଂପର୍କରେ ରାଇରଙ୍ଗପୁର ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ତାପସ କୁମାର ଦାସଙ୍କ ସହିତ ଯୋଗାଯୋଗ କରିବାରୁ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ସରକାରଙ୍କ ପକ୍ଷରୁ ଆଦେଶ ମିଳିଲେ ନିର୍ମାଣ କାର୍ଯ୍ୟ ହେବ ବୋଲି କହିଛନ୍ତି।
ଏମିତି ଚାଲିଛି ପାଠପଢ଼ା...
ଶ୍ରେଣୀଗୃହରେ ଗୋଟିଏ କଳାପଟା। ଗୋଟିଏ ପାର୍ଶ୍ବରେ ଓଡ଼ିଆ ଶିକ୍ଷକ ପାଠ ପଢ଼ାଉଛନ୍ତି ତ ଆଉ ଗୋଟିଏପଟେ ଗଣିତ ଶିକ୍ଷକ ପାଠ ପଢ଼ାଉଛନ୍ତି। ଶ୍ରେଣୀକକ୍ଷରେ ଦୁଇଜଣ ଶିକ୍ଷକ ଏକକାଳୀନ ପାଠ ପଢ଼ାଇବା ଦୃଶ୍ୟ........
/sambad/media/media_files/2025/08/15/untitled-11-2025-08-15-08-44-01.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)