ଜାରି ହେଲା ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍: ଏମାନଙ୍କ ପାଇଁ ଓଡ଼ିଶାରେ ଲାଗୁ ହେବନାହିଁ କ୍ଵାରାଣ୍ଟିନ ନିୟମ

ଭୁବନେଶ୍ୱର: ଅନଲକ-୧କୁ ନେଇ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକାରେ କ୍ଵାରାଣ୍ଟିନ ନିୟମରେ ପରିବର୍ତ୍ତନ କରିଛନ୍ତି | ରାଜ୍ୟକୁ ଆସି ଯଦି କେହି ୭୨ ଘଣ୍ଟା ବା ତିନି ଦିନ ଭିତରେ ଫେରିଯିବେ ସେମାନଙ୍କୁ କ୍ଵାରାଣ୍ଟିନରେ ରହିବାକୁ ପଡିବ ନାହିଁ | ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସରକାରୀ କର୍ମଚାରୀ, ବ୍ୟବସାୟୀ, ପ୍ରଫେସନାଲ ବା ଯେକୌଣସି ବ୍ୟକ୍ତି ଓଡିଶା ଆସିବେ ଓ ତିନିଦିନ ମଧ୍ୟରେ ରେଳ, ଗାଡି ବା ବିମାନରେ ଫେରିଯିବେ ସେମାନେ ବାଧ୍ୟତାମୂଳକ କ୍ଵାରାଣ୍ଟିନରେ ରହିବେ ନାହିଁ |

ଅର୍ଥାତ ଯଦି କେହି ଟ୍ରେନ, ବିମାନ ବା ବ୍ୟକ୍ତିଗତ ଗାଡିରେ ଆସିବେ ସେମାନେ ୧୪ ଦିନିଆ କ୍ଵାରାଣ୍ଟିନରେ ରହିବେ | ସେହିପରି ଭାରତ ସରକାରଙ୍କ ନୀତି କହୁଛି ଯେ ପଜିଟିଭ ଓ ସାମାନ୍ୟ ଲକ୍ଷଣ ଥିଲେ ସେମାନଙ୍କୁ ହୋମ ଆଇସୋଲେସନ୍ କରାଯାଇପାରିବ |

କିନ୍ତୁ ଓଡ଼ିଶାରେ ତାହାକୁ ଅନୁମତି ଦିଆଯାଉନାହିଁ | ହୋମ ଆଇସୋଲେସନ ବଦଳରେ କ୍ଵାରାଣ୍ଟିନରେ ରହିବାକୁ କୁହାଯାଇଛି | ସେହିପରି କୋଭିଡ ହସ୍ପିଟାଲରୁ କେହି ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ବି ରାଜ୍ୟ ସରକାର ୭ ଦିନ ହୋମ ଆଇସୋଲେସନ ବାଧ୍ୟତାମୂଳକ କରାଯାଇଛି |

ସମ୍ବନ୍ଧିତ ଖବର