ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ଆସିବାକୁ ଯାଉଛି ରାଜ୍ୟ ବଜେଟ | ତେବେ ଏଥରର ବଜେଟ କିଛି ଖାସ ହେବ ବୋଲି କହାଯାଉଛି | କାରଣ ପୂର୍ବରୁ ବଜେଟ ବହି ବଦଳରେ ଏଥର ଡିଜିଟାଲ ବଜେଟ ବ୍ୟବସ୍ଥାକୁ ବେଶ ଗୁରୁତ୍ୱ ଦିଆଯାଇଛି | ସବୁ ବର୍ଷ ଭଳି ବଜେଟ ବହି ଛାପିବାରେ ୭୫ ଲକ୍ଷ ପୃଷ୍ଠା ଆବଶ୍ୟକ ପଡୁଥିବାବେଳେ ଏଥର କିନ୍ତୁ ସେମିତି ହେବ ନାହିଁ | ଯେଉଁଥିପାଇଁ କାଗଜର ମଧ୍ୟ ଆବଶ୍ୟକ ହେବ ନାହିଁ | କାରଣ ଏଥର ଡିଜିଟାଲ ବଜେଟ ପ୍ରସ୍ତୁତିରେ ଲାଗିପଡିଛନ୍ତି ସରକାର | ଏଥିପାଇଁ ସ୍ୱତନ୍ତ୍ର ଆପ ମଧ୍ୟ ପ୍ରସ୍ତୁତ କରାଯାଇଛି |
ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପିତ କରିବା ପରେ ବଜେଟ୍ ସମ୍ପର୍କିତ ସମସ୍ତ ତଥ୍ୟ ଏହି ଆପ୍ ମାଧ୍ୟମରେ ଯେ କୌଣସି ବ୍ୟକ୍ତି ଦେଖିପାରିବେ। କେବଳ ମନ୍ତ୍ରୀଙ୍କ ବଜେଟ୍ ବକ୍ତବ୍ୟ ପ୍ରିଣ୍ଟ ଆକାରରେ ପ୍ରଦାନ କରାଯିବ। ବାକି ସମସ୍ତ ତଥ୍ୟ ପେନ୍ ଡ୍ରାଇଭ ମାଧ୍ୟମରେ ଯୋଗାଇ ଦିଆଯିବ। ଖୋଦ ମୁଖ୍ୟମନ୍ତ୍ରୀ ଏ ବାବଦରେ ସୂଚନା ଦେଇଛନ୍ତି |
Committed to build a green & sustainable future, #Odisha has saved around 1000 big trees by switching over to paperless budgeting in 2020-21 fiscal. Digital methods reduced printing of at least 75 lakh pages, ultimately saving hundreds of trees. #GoGreen #GreenBudget @FdOdisha pic.twitter.com/RzV5HwFQov
— Naveen Patnaik (@Naveen_Odisha) February 17, 2020
ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ ସବୁଜ ଓଡ଼ିଶା ଗଠନ ପାଇଁ ଏଥର ପେପର ବିହୀନ ବଜେଟ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଛି | ଡିଜିଟାଲ ବଜେଟ ପ୍ରସ୍ତୁତ କରାଯାଇଥିବାରୁ ପ୍ରାୟ ୧୦୦୦ଟି ବଡ ଗଛ କଟାଯାଇନାହିଁ | ୭୫ ଲକ୍ଷ ପୃଷ୍ଠା ପ୍ରିଣ୍ଟ କରିବା ବଦଳରେ ଡିଜିଟାଲ ଉପାୟକୁ ଅବଲମ୍ବନ କରାଯାଇଛି, ଯେଉଁଥିପାଇଁ ବହୁ ସଂଖ୍ୟାରେ ଗଛ ବଞ୍ଚିଯାଇଛି |