ଭୁବନେଶ୍ୱର: ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ଡିଣ୍ଡିମ ପିଟୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରୁଛନ୍ତି ତାହା କାର୍ଯ୍ୟକାରୀ କରୁନାହାନ୍ତି। ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ଠକିବାର ମାନସିକତାରେ ପରିବର୍ତନ ଘଟୁନି ବୋଲି ଅଭିଯୋଗ କରିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଏହା ପ୍ରତିବାଦରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ସପ୍ତମ ବେତନ କମିସନ୍ ଲାଗୁ କରିବା ଓ ଚାକିରି ସର୍ତ୍ତାବଳୀ ପ୍ରଦାନ ଦାବିରେ ଫେବ୍ରୁଆରି ୭ରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ୧୦ ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଦଯାତ୍ରା କରିବେ। ପୁରୀରୁ ଆସି ଭୁବନେଶ୍ୱରରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ। ଏହା ପରଦିନ ଅର୍ଥାତ୍ ଫେବ୍ରୁଆରି ୮ରେ ଭୁବନେଶ୍ୱର ରେଳଷ୍ଟେସନ୍ରୁ ୫୦ ହଜାର ଶିକ୍ଷକ ଓ ଅଧ୍ୟାପକ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯିବେ। ମହାତ୍ମା ଗାନ୍ଧୀ ମାର୍ଗରେ ଏକ ସମାବେଶ ଅନୁଷ୍ଠିତ ହେବ। ଏହାପରେ ସେଠାରେ ଅହୋରାତ୍ର ଧାରଣା ଜାରି ରହିବ। ଏହାସତ୍ତ୍ୱେ ଯଦି ରାଜ୍ୟ ସରକାର ଉଦାସୀନ ରୁହନ୍ତି ତେବେ ଆସନ୍ତା ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖତା ମୂଲ୍ୟାୟନ କାର୍ଯ୍ୟ ବର୍ଜନ କରାଯିବ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ଚେତାବନୀ ଦେଇଛନ୍ତି।
ଏଥର ପୁରୀରୁ ଶିକ୍ଷକ, ଅଧ୍ୟାପକଙ୍କ ପଦଯାତ୍ରା
ଫେବ୍ରୁଆରି ୭ରେ ଚାଲିବେ ୧୦ ହଜାର ଶିକ୍ଷକ, ଅଧ୍ୟାପକ
/sambad/media/post_attachments/wp-content/uploads/2017/11/teachers-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)