ସମ୍ବଲପୁର : ଆସନ୍ତା ଅଗଷ୍ଟ ୧ ତାରିଖରେ ପାଳନ ହେବାକୁ ଯାଉଛି ସମ୍ବଲପୁରୀ ଦିନ୍ । ଏହାକୁ ନେଇ ରାଜ୍ୟ ଓ ଦେଶ ସମେତ ବିଦେଶରେ ମଧ୍ୟ ରହୁଥିବା ସମ୍ବଲପୁରୀ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ଚଳିତ ବର୍ଷ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁର ଠାରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ଉତ୍ସବ ପାଳିତ ହେବ। ସମଗ୍ର ପଶ୍ଚିମାଞ୍ଚଳରେ ମଂଚ ପକ୍ଷରୁ ୩୦ରୁ ବେଶୀ ସ୍ଥାନରେ ସମ୍ବଲପୁରୀ ଦିନ୍ ପାଳନ କରାଯାଉଥିବା ବେଳେ ମଂଚର ଆହ୍ବାନ କ୍ରମେ ଅନେକଗୁଡ଼ିଏ ଅନୁଷ୍ଠାନ ଏହି ଉତ୍ସବର ଆୟୋଜନ କରୁଛନ୍ତି।

Advertisment

ମଂଚର ଅନୁରୋଧ କ୍ରମେ ସମ୍ବଲପୁରୀ ଦିନ୍‌ର ଏକ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଭିଡ଼ିଓ ଶୁଭେ୍ଛା ବାର୍ତ୍ତାକୁ ନେଇ ଆଜି ସମ୍ବଲପୁରୀ ପ୍ରେମୀଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏହାକୁ ନେଇ ମଂଚର ଉପଦେଷ୍ଟା ଡ. ପ୍ରମୋଦ ରଥ, ଆବାହକ ଭବାନୀ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ସଙ୍ଗଠନ ସଂଯୋଜକ ସୁବୋଧ ଦୋରା, ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ରୋସନ ସାହୁ, ଝାରସୁଗୁଡ଼ା ଜିଲ୍ଲା ସଂଯୋଜକ ରାଜେଶ ପାଢୀ, ବୌଦ୍ଧ ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ, ଭୁବନେଶ୍ଵର ସଂଯୋଜକ ରବି ଜୁଆଡ଼ି, ସୋନପୁର ଜିଲ୍ଲାର ଶ୍ୟାମା ଓମ୍ ପ୍ରାସାଦ ମିଶ୍ର, ଶଙ୍କର୍ଷଣ ବାଗ ପ୍ରମୁଖ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।