ଭୁବନେଶ୍ବର : ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲେ ହେଁ ମାତ୍ର ୧୧୪ଟି ବୁଥ୍‌ରେ ପୁନଃ ମତଦାନ ହୋଇଛି। ଯାହା ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ବହୁତ କମ୍‌ ବୋଲି ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

୨୦୧୭ରେ ୧୩୦ଟି ବୁଥ୍‌, ୨୦୧୨‌େର ୩୦୯ଟି, ୨୦୦୭ରେ ୨୨୯ଟି, ୨୦୦୨ରେ ୪୫୩ଟି ବୁଥ୍‌ରେ ପ୍ରଶାସନିକ/ ବୈଷୟିକ ଓ ନିର୍ବାଚନୀ ହିଂସା ଯୋଗୁଁ ନିର୍ବାଚନ ବାଧାପ୍ରାପ୍ତ ହେବାରୁ ସାନି ମତଦାନ ହୋଇଥିଲା। ହେଲେ ଏଥର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାରୁ ନାମାଙ୍କନ ପତ୍ର ଦାଖଲରୁ ଆରମ୍ଭ କରି ଭୋଟ୍‌ ଗଣତି ପର୍ଯ୍ୟନ୍ତ ସବୁ କାର୍ଯ୍ୟ ବ୍ୟବସ୍ଥିତ ଢଙ୍ଗରେ ହୋଇଛି।

କେବଳ ଏତିକି ନୁହେଁ। ଏଥର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ, ମାଓ ଅଞ୍ଚଳ, ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ହୋଇଛି। ଲୋକ ନିଜକୁ ନିରାପଦ ମଣିବାରୁ ବହୁଳ ମାତ୍ରାରେ ଆସି ଭୋଟ୍‌ ଦେଇଛନ୍ତି। ଏଥର ପାଞ୍ଚ ପର୍ଯ୍ୟାୟରେ ରେକର୍ଡ ୭୮.୬% ମତଦାନ ହୋଇଛି। ଯେତେବେଳେକି ୨୦୧୭ରେ ୭୮.୦୩%, ୨୦୧୨ରେ ୭୫.୩% ଏବଂ ୨୦୦୭ରେ ୭୩% ମତଦାନ ହୋଇଛି।

ସେହିପରି ଗଣତି ଯେପରି ଶାନ୍ତିଶୃଙ୍ଖଳାର ସହ ହେବ ସେଥିପାଇଁ ବ୍ଲକ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ଅଧିକ ସିସିଟିଭି ଲଗାଯାଇଥିଲା।

ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ୫୧୭୩ଟି ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ୪୧ଟି ବେଆଇନ ଅସ୍ତ୍ରଶସ୍ତ୍ର, ୩.୨୬କେଜି ନିଶା ସାମଗ୍ରୀ ଜବତ କରାଯିବା ସହ ୧୯୪୧ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି।