ଏଥରର ବାଲିଯାତ୍ରା ନିଆରା! ବଢ଼ିଲା ଜାଗା, ଖୋଲିଲା ପାଥୋତ୍ସବ, ମୋ ରିକ୍ସା-ମୋ ସାଇକେଲ୍ ସୁବିଧା, ମିୟୁଜିୟମ୍‌ର ମଜା ଓ ଆହୁରି ଅନେକ

କଟକ: ଗତକାଲିଠାରୁ ଐତିହାସିକ ବାଲିଯାତ୍ରାର ଉଦ୍‌ଘାଟନ ହୋଇଯାଇଛି। ଅନ୍ୟ ବର୍ଷମାନଙ୍କରେ ୭ ଦିନ ଧରି ବାଲିଯାତ୍ରା ହେଉଥିବା ବେଳେ ଏ ବର୍ଷ ନଭେମ୍ବର ୧୨ ତାରିଖରୁ ୨୧ ତାରିଖ ଯାଏ ଦଶଦିନ ଧରି ଲୋକେ ବାଲିଯାତ୍ରାର ମଜ୍ଜା ନେଇପାରିବେ। ପ୍ରତିବର୍ଷ ପରି ଏବର୍ଷ ବି ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି ସ୍ବାଦଷ୍ଟ ଠୁଙ୍କାପୁରି। ଏ ବର୍ଷ ଠୁଙ୍କାପୁରି ଷ୍ଟଲ୍‌ ପୂର୍ବାପେକ୍ଷା ଅଧିକ ପରିମାଣରେ ଦେଖିବାକୁ ମିଳିଛି। ଏହି ଐତିହାସିକ ଯାତ୍ର‌ା ପାଇଁ ଅଧିକ ୬ ଏକର ଜମି ବ୍ୟବହାର କରାଯାଇଛି।

ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ମିଳିବା ସହ ରାଜ୍ୟ ସରକାରଙ୍କ ତରଫରୁ ବହୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଯାତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଗାଡ଼ିକୁ ଅଧାବାଟରେ ରଖି ମୋ ରିକ୍ସା, ମୋ ସାଇ‌କେଲ୍‌ ଜରିଆରେ ପଡ଼ିଆ ପର୍ଯ୍ୟନ୍ତ ଯାଇ ପାରୁଛନ୍ତି।

ଲୋକଙ୍କ ମନୋରଞ୍ଜନ ପାଇଁ ‘ପାଥୋତ୍ସବ’ କାର୍ଯ୍ୟକ୍ରମ କରାଯିବା ସହ ଏକ ‘ମୋ ବାଣିଜ୍ୟ ମିଉଜିୟମ୍‌’ ବି ରଖାଯାଇଛି। ଏହି ମୁଉଜିୟମରେ ଭାରତ ସହ ବାଣିଜ୍ୟିକ ସଂପର୍କ ଥିବା ବିଭିନ୍ନ ଦେଶମାନଙ୍କ ସଂପର୍କରେ ଭିନ୍ନ ଭିନ୍ନ ତଥ୍ୟ ରହିଛି। ପୂର୍ବ ବର୍ଷମାନଙ୍କରେ ଗୋଟାଏ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ବେଳେ ଏ ବର୍ଷ ଅଧିକ ୩ଟି ମଞ୍ଚ କରାଯାଇ ୪ଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି।

ସମ୍ବନ୍ଧିତ ଖବର