ପୁରୀ: ମହାପ୍ରଭୁଙ୍କ ପବିତ୍ର ଭଉଁରି ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିସହ ମହାପ୍ରଭୁଙ୍କ ୨୧ ଦିନର ବାହାର ଚନ୍ଦନ ଯାତ୍ରା ଶେଷ ହୋଇଛି। ପବିତ୍ର ଭଉଁରି ତିଥିରେ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ସ୍ୱତନ୍ତ୍ର ନନ୍ଦା-ଭଦ୍ରା ଡଙ୍ଗାରେ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ନୌବିହାର କରିବା ପରେ ଆନୁଷ୍ଠାନିକ ଭାବେ ଏହି ଯାତ୍ରା ଶେଷକରି ଶ୍ରୀମନ୍ଦିର ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ ଓ ପଞ୍ଚ ମହାଦେବ ଶ୍ରୀଜମ୍ୱେଶ୍ୱର, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର ଓ ଶ୍ରୀନୀଳକଣ୍ଠେଶ୍ୱର ରାତି ଚାପ ଶେଷ ପରେ କୋଳି, ମାଣ୍ଡୁଅ, ସୋଲା, ମୁଗ ନଡ଼ିଆ ଆଦି ଭୋଗ ଖାଇ ଶ୍ରୀମନ୍ଦିରକୁ ଫେରିଛନ୍ତି। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ହରିବୋଲ, ହୁଳହୁଳି ଦେଇ ମହାପ୍ରଭୁଙ୍କୁ ସ୍ବାଗତ କରିଥିଲେ। ନରେନ୍ଦ୍ର ଚତୁଃପାର୍ଶ୍ବରୁ ମହାପ୍ରଭୁଙ୍କ ଭଉଁରି ଚାପ ଦେଖିଥିଲେ। ଦିନକ ପରେ ୨୧ ଦିନିଆ ଭିତର ଚନ୍ଦନଯାତ୍ରା ଆରମ୍ଭ ହେଉଥିବାରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisment