ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୧୦୫ଗାଁର ୫ହଜାର ୯୮୯ ପରିବାର ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ। ଭିଟାମାଟି ନିଜର ଜୀବନ ଜୀବିକା ହରାଇ ହଇରାଣରେ ରହୁଛନ୍ତି। ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢ଼େଇ କରି ଆସୁଥିଲେ ହେଁ ୩୫ବର୍ଷ ପରେ ବି ଏମାନଙ୍କ ଅଧିକାର ମିଳିପାରିନି। ଆଜି ଇନ୍ଦ୍ରାବତୀ ବୁଡି ଅଂଚଳୀୟ ଗଣପରିଷଦର ସମ୍ପାଦକ ସୁଧିର କୁମାର ସୁନା ୫ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଏହାକୁ ଗ୍ରହଣ କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ବଜିତ ବର୍ମନ ଓ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଗୀତାଞଳୀ ବେହେରାଙ୍କ ସହ ଆଲୋଚନା କରିଥିଲେ। ଦାବି ପୁରଣ ଦିଗରେ ପ୍ରଶାସନ ପ୍ରୟାସ କରିବ ବୋଲି ଜିଲ୍ଲାପାଳ କହିଥିଲେ।
ବାରମ୍ବାର ବିସ୍ଥାପିତମାନେ ଦାବିପତ୍ର ଦେବା ପରେ ଗତ ୨୦୧୯ ମସିହା ସେପ୍ଟମ୍ବର ୧୧ତାରିଖ ଦିନ ଭୁବନେଶ୍ବରରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ତେବେ ଏହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନି। ଦାବିରେ ପଂଚମ ପର୍ଯ୍ୟାୟ ଟଙ୍କା ସହିତ ସମତୁଲ୍ୟ କରିବା ପାଇଁ ୨୦୦୮ମସିହାରେ ୧୬କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା। ଯେଉଁ ବିସ୍ଥାପିତମାନେ ଏହି ଟଙ୍କା ପାଇନାହାନ୍ତି ତୁରନ୍ତ ବିତରଣ କରାଯାଉ। ତତ୍କାଳୀନ ସରକାର ବିସ୍ଥାପିତ ମାନଙ୍କୁ ୩୫ବର୍ଷ ତଳେ ଜମି କିଣିକି ଦେଇଥିଲେ। ତେବେ ଉକ୍ତ ଜମିର ମାଲିକାନା ସତ୍ବ (ଆରଓଆର) ପଟ୍ଟା ବିସ୍ଥାପିତଙ୍କ ନାଁରେ ଏଯାଏଁ ହୋଇପାରିନି। ଅନ୍ୟପକ୍ଷରେ ବିସ୍ଥାପିତ ମାନେ ଏହି ଜମିର ପଟ୍ଟା ପାଇଁ ଆରଆଇ ଅଫିସ, ତହସିଲକୁ ଦୌଡି ଦୌଡି ନୟାନ୍ତ ହେବା ସହ ହଜାର ହଜାର ଟଙ୍କା ଖର୍ଚ୍ଚ କରି ସାରିଲେଣି।
ଆହୁରି ପଢ଼ନ୍ତୁ: Cricket: ଆସନ୍ତାକାଲି ଫାଇନାଲ୍ରେ ଇଂଲଣ୍ଡକୁ ଭେଟିବ ଭାରତ, ଷଷ୍ଠ ଟ୍ରଫି ଲକ୍ଷ୍ୟ
ପ୍ରଥମେ ଜମି ଅଧିଗ୍ରହଣ କରି ୪୫ବର୍ଷ ପରେ ମଧ୍ୟ ବହୁ ପୁରୁଣା ଗାଁର ଲୋକେ ଏବେ ନିଜ ନ୍ୟାର୍ଯ୍ୟ ଟଙ୍କା ସହ ମୌଳିକ ଅଧିକାର ପାଇବାରୁ ବଂଚିତ ବୋଲି ଅଭିଯୋଗ କରାଯାଇଛି। ବିସ୍ଥାପିତ ମାନେ ରହୁଥିବା ଗାଁରେ ଉନ୍ନୟନ କାମ ଯଥା ରାସ୍ତା , ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଓ ନଳକୂଆ ଖନନ୍ ପାଇଁ ଏକ କୋଟି ଟଙ୍କା ୨୦୦୮ମସିହାରେ ବ୍ରହ୍ମପୁର ଆରଡିସି ଦେବାକୁ ଅନୁମୋଦନ କରିଥିଲେ। ତାହା ଏଯାଏଁ କାର୍ଯ୍ୟକାରୀ ହୋଇନି। ବିସ୍ଥାପିତ ପରିବାରର ବହୁ ଶିକ୍ଷିତ ଯୁବକ ଓ ଯୁବତୀ ବେକାର। ଇନ୍ଦ୍ରାବତୀ ପ୍ରକଳ୍ପରେ ସୁରକ୍ଷା କର୍ମୀ (ସିକ୍ୟୁରିଟୀ ଗାର୍ଡ) ଭାବେ ଅଳ୍ପ କିଛି ପିଲା କାମ କରୁଥିଲେ ତାଙ୍କୁ ବି ବାହାର କରିଦିଆଯାଇଛି। ଏମାନଙ୍କୁ ପୁନଃ ନିଯୁକ୍ତି ସହ ବିସ୍ଥାପିତ ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ କର୍ମସଂସ୍ଥାନ ଦିଆଯାଉ ବୋଲି ଗଣପରିଷଦ ପକ୍ଷରୁ ଦାବି କରାଯାଇଛି। ଏ ନେଇ ତେନ୍ତୁଳିଖୁଣ୍ଟି ତହସିଲଦାର , ପ୍ରକଳ୍ପ ପ୍ରଶାସନକ, ଥଇଥାନ ଓପୁନଃବସତି ଅଧିକାରୀ, ବିଡିଓ, ଜିଲ୍ଲାପ୍ରଶାସନ ଆଦି ଉପସ୍ଥିତିରେ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟରେ ବୈଠକ କରାଯାଉ ବୋଲି ଗଣପରିଷଦ ପକ୍ଷରୁ ଦାବି କରାଯାଇଛି।
/filters:format(webp)/sambad/media/media_files/2026/02/05/ngp-indravati-painee-bistapit1-2-2026-02-05-22-08-17.jpg)
ସୂଚନା ଯେଗ୍ୟ, ଏହି ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲ୍ଲାରେ ୧୮୭୧ ପରିବାର ବିସ୍ଥାପିତ ହୋଇଥିଲେ। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ୧୨୦୦ପରିବାର, ନନ୍ଦାହାଣ୍ଡି ବ୍ଲକରେ ୩୨୪ପରିବାର ଓ ପାପାଡାହାଣ୍ଡି ବ୍ଲକରେ ୩୪୭ପରିବାର ବସବାସ କରୁଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକର ବାରେଙ୍ଗପଦର, ଖୁଣ୍ଟିଆଗୁଡା, ଗୋଟିପୁଟ, କହ୍ନେଇମୁଣ୍ଡା, ବେଜୁଗୁଡା, ପଣସଗୁଡା, ଖଣ୍ଡିଆଗୁଡ଼ା, ଗାଦବାଗୁଡା, ମହୁଲକୋଟ, ମାଲାବନ୍ଦା, ସିନ୍ଦିଗୁଡା, ଝାଡବନ୍ଦ, ପଣସଡୁକା, ତଳଗୋଡ଼ି, ଉପରଗୋଡି, ଗାଧବାଗୁଡା, ଚରାମୂଳା, ଚିତ୍ରକୋଟ, ନନ୍ଦାହାଣ୍ଡି ଓ ପାପାଡାହାଣ୍ଡି ବ୍ଲକର ବିଭିନ୍ନ ଗାଁ ଗୁଡିକରେ ନିଜ ଭାଗ୍ୟକୁ ଆଦରି ରହୁଛନ୍ତି। ଜିଲ୍ଲାପ୍ରଶାସନ ପକ୍ଷରୁ ଆଗାମୀ ଦିନରେ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/05/ngp-indravati-painee-bistapit1-1-2026-02-05-22-07-32.jpg)