ହାଟଡିହି : ନିଜକୁ କେନ୍ଦ୍ରାପଡ଼ା ଅଞ୍ଚଳର କହୁଥିବା ଜଣେ ଯୁବକ ହାଟଡିହି ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ପାଖକୁ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇବା ଓ ଏହାର ପ୍ରତିବାଦ କରିବାରୁ ସଂପୃକ୍ତ ଯୁବତୀକୁ ହତ୍ୟା ଧମକ ଦେବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ ଯୁବକ ଜଣକ ଗତ ୬/୭ଦିନ ତଳେ ହଠାତ ଯୁବତୀଙ୍କୁ ଫୋନ କରିଥିଲେ । ଯୁବତୀ ଜଣକ ଫୋନ ରିସିଭ କରିବାପରେ ଉକ୍ତ ଯୁବକ ଜଣକ ରଙ୍ଗ ନମ୍ବର କହି କାଟି ଦେଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ହ୍ୱାଟସଆପ ଜରିଆରେ ବିଭିନ୍ନ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇଥିଲା । ଏନେଇ ସଂପୃକ୍ତ ଯୁବତୀଙ୍କ ପରିବାର ଓ ସମ୍ପର୍କୀୟ ବିରୋଧ କରିବାରୁ ଅଧିକ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଯୁବତୀ ଜଣକ ସୋସୋ ଥାନାରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/phone.jpg)