ଭୁବନେଶ୍ବର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍‌ (ଟିପିଡିଓସିଏଲ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଗିଦ କରାଯାଇଛି। ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ବିଦ୍ୟୁତ ଯୋଗାଣ ନେଇ  ଉଦବେଗ ପ୍ରକାଶ ପାଇଛି। ସାଧାରଣ ଜନତାଙ୍କ ଠାରୁ ଅଭିଯୋଗ ପାଇବା ପରେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ‘ସିଏମ୍‌ଓ’ର ନିର୍ଦେଶ ହୋଇଛି। ଆଜି ପୂର୍ବାହ୍ନ ଏଗାରଟାରେ ‘ଟିପିଡିଓସିଏଲ୍‌’ର ସିଇଓ ଲୋକସେବା ଭବନକୁ ଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ।

Advertisment

ବିଦ୍ୟୁତ୍ କାଟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବଢ଼ି ଚାଲିଛି। ତଥାପି ଥମୁନି ବିଦ୍ୟୁତ୍ ବିଭ୍ରାଟ୍। ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ବି ଆସିବାରେ ଲାଗିଛି ବିଜୁଳି କାଟ ଅଭିଯୋଗ। ଅନ୍ୟପଟେ ବିଭିନ୍ନ ସ୍ଥାନରୁ ଆସିଛି ଦୁର୍ବଳ ଭିତ୍ତିଭୂମିର ଚିତ୍ର। ପ୍ରତିବାଦରେ ବିଜେପି ରାଜ୍ୟର ବିଭିନ୍ନ ସ୍ଥାନରେ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ କରିିଛି।