ମାଡ଼ ମାରି ଟଙ୍କା ଲୁଟ୍, ୩ ଗିରଫ

ସମ୍ବଲପୁର : ଶାସନ ଥାନା ମାଝୀପାଲି ସ୍କୁଲ୍‌ ନିକଟରେ ମହମ୍ମଦ ଇସାକଙ୍କ ଠାରୁ ଲୁଟ୍‌ ହୋଇଥିବା ଅଭିଯୋଗ। ମଙ୍ଗଳବାର ଦିନ ସାଢ଼େ ୧୧ଟା ସମୟରେ ସ୍କୁଲ୍‌ ନିକଟରେ ରୋହିତ ବେହେରା, ଶିବୁ ରଣବିଡ଼ା ଓ କରଣ କୁନ୍ତଳା ତାଙ୍କୁ ଅଟକାଇଥିଲେ। ମାଡ଼ ମାରି ତାଙ୍କ ପାଖରୁ ୫ ଶହ ଟଙ୍କା ଲୁଟି ନେଇଥିଲେ। ପୁଲିସକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ।

ଏ ନେଇ ଇସାକ ବୁଧବାର ଶାସନ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଥିବା କହିଛି। ଏହା ସହିତ ଦୁର୍ବୃତ୍ତମାନଙ୍କ ପାଖରୁ ୫ ଶହ ଟଙ୍କା ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର