ସୁନ୍ଦରଗଡ଼, ଆଜି ସକାଳେ ଟାଉନଥାନା ପୁଲିସ ହାତରେ ଏକ ବ୍ରାଉନସୁଗର ରାକେଟର ୩ ସଦସ୍ଯ ଧରାପଡିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ମାଲଦାର ହନିଫ ଶେଖ୍(୪୦), ବାବର ଅଲ୍ଲୀ (୩୯) ଓ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ବେହେରାମାଲର ନିର୍ମଳ ନାଏକ। ସେମାନେ ସକାଳେ ଲୁହୁରାଢିପା ନୂଆ ବସଷ୍ଟାଣ୍ଡ ଆଡୁ ରାଜ୍ଯ ରାଜପଥ-୧୦ରେ ପଣସପଡା ଆଡକୁ ଯାଉଥିଲେ। ପତ୍ରାପାଲି ନିକଟ ହୋଟେଲ ଅନ୍ନପୂର୍ଣ୍ଣା ଆଗରେ ଟାଉନ ପୁଲିସ ସେମାନଙ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରି ଡ୍ରଗ୍ସ ଜବତ କରିଥିଲା। ଜବତ ଡ୍ରଗ୍ସର ପରିମାଣ ୨୦ ଗ୍ରାମ ବୋଲି ପୁଲିସ କହିଛି। ଏହା ସହ ସେମାନଙ୍କ ଠାରେ ଗୋଟିଏ ବାଇକ୍ ଓ ମୋବାଇଲ ଜବତ ହୋଇଛି। ସେମାନେ ଡ୍ରଗ୍ସ ନେଇ କାହା ପାଖକୁ ଯାଉଥିଲେ ପୁଲିସ ତାର ତଦନ୍ତ ଚଲାଇଛି।
ସୁନ୍ଦରଗଡ଼ରେ ୨୦ ଗ୍ରାମ ବ୍ରାଉନସୁଗର ଜବତ, ୩ ଗିରଫ
/sambad/media/post_attachments/wp-content/uploads/2022/12/3bd9a49f-86bb-4a64-8067-80a22b78715b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)