ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ପୁଲିସ ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ ଓ ଏକ ବନ୍ଧୁକ ଜବତ କରିଛି। ପୁଲିସ ଏହି ଘଟଣାରେ ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଆଇ.ଆଇ.ସି ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ ଚିତ୍ରକୋଣ୍ଡା ସଦର ମହକୁମାସ୍ଥିତ ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରୁ ଏକ ଡବଲ ବ୍ୟରେଲ ବନ୍ଧୁକ, ୫୦ଟି ଭାରତୀୟ ଓ ବିଦେଶୀ ପୁରୁଣା ତମ୍ବା ମୁଦଦ୍ରା, ହନୁମାନ ପଇସା, ବିଭିନ୍ନ ରଙ୍ଗର ଓ ଭିନ୍ନ ରୂପର ରତ୍ନ ପଥର ଥିବା ଗୋଟିଏ ଷ୍ଟିଲ ବକ୍ସ, ନଗଦ ୧୨,୩୧୦ ଟଙ୍କା, ଏକ ସ୍କୁଟି (ଏପି୩୧ ଡିଜି-୮୩୭୮) ତିନୋଟି ମୋବାଇଲ, ଏଟିଏମ କାର୍ଡ, ଜବତ କରିବା ସହ ଘର ମାଲିକ, ଦୁଇଜଣ ବ୍ୟକ୍ତିଙ୍କୁ ବ୍ୟକ୍ତିଙ୍କୁ କରିବାରେ ସଫଳତା ହାସଲ କରିଛି ଚିତ୍ରକୋଣ୍ଡା ପୁଲିସ।
/sambad/media/post_attachments/wp-content/uploads/2021/02/56efa886-422c-40d6-b4f5-a036b64df6ce-1024x768.jpg)
ଉପରୋକ୍ତ ତିନିଜଣ ବ୍ୟକ୍ତି ବହୁ ଦିନରୁ ଏଠାରେ ରହି ଏକ ରାକେଟ ଚଳାଉଥିବା ସହ ଲୋକଙ୍କୁ ରତ୍ନ ପଥର, ଜାଲ ତମ୍ବା ମୁଦ୍ରା, ହନୁମାନ ପଇସା ନାମରେ ଲୋକମାନଙ୍କୁ ଠକୁ ଥିଲେ। ଅଭିଯୁକ୍ତ ମାନଙ୍କଠୁ ଏକ ହରିଣ ଚମଡା ମଧ୍ୟ ଜବତ ହୋଇଛି। ଏଥିରୁ ଜଣାପଡୁଛି ଏବେବି ଏହି ଅଂଚଳରେ ବନ୍ୟଜନ୍ତୁ ଶିକାର ରାକେଟ ସକ୍ରିୟ ଅଛି।
ଚିତ୍ରକୋଣ୍ଡା ସଦର ମହକୁମା ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବାରୁ ଏହାର ସୁଯୋଗ ନେଇ ଆନ୍ଧ୍ର ପ୍ରଦେଶର ଚୋରା ବେପାରୀ ଏଠାରେ ବିଭିନ୍ନ ଅନାୟାସରେ ଚୋର ବେପାର ଚଳେଇ ଥାନ୍ତି। ପୂର୍ବରୁ ବହୁ ଏହି ଅଂଚଳରୁ ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳତା ହାସଲ କରିଥିବା ଚିତ୍ରକୋଣ୍ଡା ପୁଲିସକୁ ଏକ ବଡ ଧରଣର ରତ୍ନ ପଥର, ହନୁମାନ ପଇସା, ବନ୍ୟଜନ୍ତୁ ଚମଡା ଚାଲାଣ କରୁଥିବା ରାକେଟକୁ ଧରିବାରେ ସଫଳତା ହାସଲ କରିଛି ଚିତ୍ରକୋଣ୍ଡା ପୁଲିସ । ଚିତ୍ରକୋଣ୍ଡା ଥାନା କେଶ ନଂ ୨୫,ଧାରା ୪୧୭,୪୨୦,୩୪, ଚୋରା ବନ୍ଧୁକ ରଖିବା ଅଭିଯୋଗରେ ଧାରା ୨୫, ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୫୧ ଅନୁଯାୟୀ ଅଭିଯୁକ୍ତ,ମୋହନ ତ୍ରିବେଦୀ, (ଓଡ଼ିଶା) ଇଥାମ ସେଟି ଭେଙ୍କେଟ ରାମନା, କୃପାଭରାମ ତ୍ରିପାଲ୍ଲୀ ଉଭୟ ଆନ୍ଧ୍ରପ୍ରଦେଶର ଏଲମାନଚିଲି ଗ୍ରାମର ସମସ୍ତ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/jaal-karabara13_Thumb-1.jpg)