ବାରିପଦା: ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ବାରିପଦା: ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ବାରିପଦା ଟାଉନ୍ ଥାନା ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାରପଦା ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଅନ୍ତର୍ଗତ କାଲୁ ଗାଁର ଏସ୍‌କେ ସଫିକ୍ ଓରଫ ସାଫୁଆ (୨୩), ଉଦଳା ଥାନା ଅନ୍ତର୍ଗତ ଜିରିଡା ଗାଁର ରବୀନ୍ଦ୍ର ଦାସ ଓରଫ ରବି (୨୮) ଓ ବାରିପଦା ସହରର ୱାର୍ଡ ନମ୍ବର ୧୪ ଅନ୍ତର୍ଗତ ସୁନାଗଡ଼ିଆର ନିଆଜୁ ଓରଫ ବୁଟୁରୁ(୨୮) ।

୧୫ ବର୍ଷୀୟ ପୀଡ଼ିତା ଜଣକ ଥାନାରେ ଅଭିଯୋଗ କରିଛନ୍ତି ଯେ, ଧରମ ଭାଇ ସଫିକ୍ ତାଙ୍କୁ ଗତକାଲି ସନ୍ଧ୍ୟାରେ ପେଟ୍ରୋଲ ଆଣିବା ପାଇଁ କହିଥିଲେ । ଧରମ ଭାଇର କଥାରେ ମୁଁ ପେଟ୍ରୋଲ ଆଣିବାକୁ ଯାଇଥିଲି । କିନ୍ତୁ ପେଟ୍ରୋଲ ଆଣିବା ପରେ ସଫିକ ମୋତେ ନ ଛାଡ଼ି ଏକ ଗ୍ୟାରେଜକୁ ନେଇଯାଇଥିଲା । ରାତିରେ ସେ ଓ ତାଙ୍କର ଅନ୍ୟ ୨ ଜଣ ସାଙ୍ଗ ମିଲି ଦୁଷ୍କର୍ମ କରିଥିଲେ । ରାତି ୩ଟାରେ ଅଭିଯୁକ୍ତମାନେ ବାହାରକୁ ଚାଲିଯାଇଥିବା ବେଳେ ସେଠାରୁ ଖସି ଆସିଥିଲି ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର