ରାଉରକେଲା: ମୋଟରବାଇକ୍ ଲୁଟେରା ଗ୍ୟାଙ୍ଗର ୩ ଜଣକୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରିଛି। ଗିରଫ ଲୁଟେରାମାନେ ହେଲେ ରାଜଗାଙ୍ଗପୁର ବଗିଚାପଡାର ରୋହିତ ବେହେରା (୨୨), ରାବଣୀଛକର ଅସରଫ୍ ଅନ୍ସାରୀ (୨୩) ଓ ଏସ୍.କେ. ଅଞ୍ଜର ଅଲ୍ଲୀ ଓରଫ ବିକେ (୨୮) ।ଏମାନଙ୍କ ନିକଟରୁ ୫ଟି ମୋଟରବାଇକ୍ ଓ ଗୋଟିଏ ସ୍କୁଟି ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପ୍ଲାଣ୍ଟସାଇଟ୍ ଥାନାରେ ୫ଟି ଓ ରାଜଗାଙ୍ଗପୁର ଥାନାରେ ଗୋଟିଏ ମାମଲା ରହିଛି। ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି ପୁଲିସ ତଦନ୍ତ ଚଳାଇଛି। ଟ୍ରାଫିକ୍ ମାର୍କେଟ ନିକଟ ଗଞ୍ଜାମ ବସ୍ତିର ନିତେଶ ପ୍ରସାଦ ତାଙ୍କ ମୋଟରବାଇକ୍ ଚୋରି ସଂକ୍ରାନ୍ତରେ ଲିଖିତ ଏତଲା ଦେଇଥିଲେ। ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ଗତ ୪ ତାରିଖ ରାତି ପ୍ରାୟ ୮ଟାରେ ସଟ୍ଟଲା ଛକରେ ନିକଟରେ ମୋଟରବାଇକ୍ ଛିଡା କରି ସାଙ୍ଗକୁ ଅପେକ୍ଷା କରିଥିଲେ। ଗିରଫ ତିନି ଲୁଟେରା ପହଞ୍ଚି ଛୁରି ଦେଖାଇ ତାଙ୍କୁ ଧମକ ଚମକ ଦେଇ ମୋଟରବାଇକ୍ ଛଡାଇ ନେଇ ଫେରାର ହୋଇଯାଇଥିଲେ।
ମୋଟରବାଇକ୍ ଲୁଟେରା ଗ୍ୟାଙ୍ଗର ୩ ଗିରଫ, ୫ ମୋଟରବାଇକ୍ ଓ ସ୍କୁଟି ଜବତ
/sambad/media/post_attachments/wp-content/uploads/2021/10/sfhfffffffffffffffffffffffffffffffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)