ସମ୍ବଲପୁର : ଧନୁପାଲି ଥାନା ଖପରାପଡ଼ାରେ ଗଣେଶ ପୂଜା ବିସର୍ଜନ ସମୟରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି। କିଛି ଦୁର୍ବୃତ୍ତ ଶୋଭାଯାତ୍ରା ସମୟରେ ଖଣ୍ଡା ବୁଲାଇ ଉତ୍ପାତ କରିଥିବା ଅଭିଯୋଗ ହେବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଖପରାପଡ଼ାର ଉମେଶ ପ୍ରଧାନ ଏବଂ ତାର ଦୁଇ ସାଙ୍ଗ ଚାରଭାଟିର ବରୁଣ ଓରାମ ଓ ବଶ୍ବଜିତ୍ ଓରାମ। ପୁଲିସ ସେମାନଙ୍କ ଠାରୁ ଖଣ୍ଡା ଜବତ କରିଥିବା ବେଳେ ରବିବାର ସେମାନଙ୍କୁ କୋର୍ଟଚାଲାଣ କରିଛି।
ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଖଣ୍ଡା ବୁଲାଇ ୩ ଗିରଫ
/sambad/media/post_attachments/wp-content/uploads/2022/05/arrest.jpg)