ସମ୍ବଲପୁର : ଗତ ୧୨ ତାରିଖ ଦିନ ହାଇକୋର୍ଟ ବେଞ୍ଚ ଦାବି ଆନ୍ଦୋଳନ ସମୟରେ ହୋଇଥିବା କୋର୍ଟ ଭିତରେ ଭଂଗାରୁଜା ଭଳି ଅଭାବନୀୟ ଘଟଣାକୁ କେନ୍ଦ୍ରକରି ସମ୍ବଲପୁର ଟାଉନ ପୁଲିସ ପୁଣି ୩ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ମହିଳା ଆଇନଜୀବୀ ବିଷ୍ଣୁପ୍ରିୟା ଭୋଇଙ୍କ ସହିତ ସବିତା ବନଛୋର, ମିଳନ ମହାରଣା ପ୍ରମୁଖଙ୍କୁ ଗିରଫ କରାଯାଇଛି। ପୂର୍ବରୁ ୩୨ ଜଣ ଗିରଫ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୩୫ରେ ପହଂଚିଛି।