କୋରାପୁଟ: ରାତି ବଢିଲେ ବଢୁଛି ତାତି। କୋରାପୁଟ ସହରରେ ସୂର୍ଯ୍ୟ ଅସ୍ତ ହେଉ ହେଉ ଆରମ୍ଭ ହୋଇ ଯାଉଛି ଅପରାଧିକ କାର୍ଯ୍ୟକଳାପ। ସୋମବାର ରାତିରେ ଜଣେ ଡ୍ରାଇଭର ଓ ତାଙ୍କ ହେଲଫରଙ୍କୁ ମାଡ ଓ ଡକାୟତି ଅଭିଯୋଗରେ ପୁଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରଥଶର୍ମା କଲୋନୀର ଶୁଭମ ମଲ୍ଲିକ(୨୨), ପିଏଚଡି କଲୋନୀର ସୁବାସ ଚନ୍ଦ୍ର ନାୟକ (୨୩) ଓ ଟିକିରାସାହିର ସଞ୍ଜୀତ ଖରା (୨୪)। ସେମାନଙ୍କଠାରୁ ମୋବାଇଲ, ଟଙ୍କା ସହ ଏକ ବାଇକ୍ ଜବତ କରାଯାଇଛି।
ରାତି ପ୍ରାୟ ୧ଟା ୩୦ ବେଳେ ପୁଲିସ ହାଇସ୍କୁଲ ନିକଟରେ ହେନେରୀ ଆନନ୍ଦ ଓ ତାଙ୍କ ହେଲପର ରକ୍ତ ଜୁଡୁବୁଡୁ ଅବସ୍ଥା ପଡି ରହିଥିଲେ। ପୁଲିସ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ମଙ୍ଗଳବାର ହେନେରୀଙ୍କ ପୁଅ ଅଖେଶ୍ବର ଅଭିଯୋଗ ଦେବା ପରେ ପୁଲିସ ନଂ ୫୭/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Arrest-2.jpg)