ଟ୍ରକ ପାର୍କିଂ ଜାଗାରୁ ଲୁଟ୍‌​: ୩ ଗିରଫ

କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା କ୍ରୋମାଇଟ୍‌ ଖଣି ଟ୍ରକ୍‌ ପ‌ାର୍କିଂୟାର୍ଡରେ ଠିଆହୋଇ ରହୁଥିବା ଟ୍ରକ୍‌ରୁ ଯନ୍ତ୍ରାଂଶ ଲୁଟ୍‌ ଅଭିଯୋଗରେ ଗତକାଲି ୩ ଜଣ ଯୁବକ ଧରା ପଡ଼ିଛନ୍ତି। ନିରାପତ୍ତା ବାହିନୀ ଅଭିଯୁକ୍ତମାନଙ୍କୁ କାବୁ କରିଥିବା ଟିଏସ୍‌ଏମ୍‌ଏଲ୍‌ ନିରାପତ୍ତା ମୁଖ୍ୟ ଅଞ୍ଜନା ତିୱାରି ସୂଚନା ଦେଇଛନ୍ତି।

ଏକ ଟ୍ରକ୍‌ରୁ ସେଲ୍‌ଫ ଖୋଲି ପଳାଉଥିବା ସମୟରେ ସେମାନେ ଧରା ପଡ଼ିଥିଲେ। ସେମାନଙ୍କ ନିକଟରୁ ଉକ୍ତ ସେଲ୍‌ଫ ସହ ଯନ୍ତ୍ରାଂଶ ଖୋଲା କାମ‌ରେ ବ୍ୟବହୃତ ଉପରକରଣ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ପୁଲିସ ଜିମା ଦିଆଯାଇଥିଲା। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ କାଟେପୂର୍ତ୍ତିନଗର ବସ୍ତିର ଗୋପାଳ ହେମ୍ବ୍ରମ ଓରଫ୍ କାଳିଆ(୩୨), ଗୋପିନାଥ ସୋରେନ ଓରଫ୍ ମାତଲା(୩୭) ଓ ଚନ୍ଦ୍ରମୋହନ ସିଙ୍କୁ ଓରଫ୍‌ ତିଉ(୩୫)। ଏସଂପର୍କରେ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ଯୋଗାଯୋଗ କରିବାରେ ଯୁବକମାନେ ଅଟକ ଥିବା ଓ ତଦନ୍ତ ଜାରି ରହିଥିବା କହିଥିଲେ।

ସମ୍ବନ୍ଧିତ ଖବର