ରାଉରକେଲା: ପରିବହନ ନିୟମ ଉଲ୍ଲଂଘନକରି ଚଳାଚଳ କରୁଥିବା ରାତ୍ରୀକାଳୀନ ବସ୍କୁ ଆଜି ତଣ୍ଡ ଗଣିବାକୁ ପଡ଼ିଛି। ନିୟମର ଅବମାନନା କରିଥିବା ପ୍ରମାଣିତ ହେବାପରେ ରାଉରକେଲା ପରିବହନ କର୍ତ୍ତୃପକ୍ଷ ୩ଟି ବସ୍ରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଏହି ତିନୋଟି ବସ୍ଗୁଡ଼ିକ ହେଲା, ପୁରୀକୁ ଚାଲୁଥିବା କାଳିଆକାହ୍ନୁ ବସ୍, ବାରିପଦାକୁ ଯାଉଥିବା ନୀଳମାଧବ ଓ ଭୁବନେଶ୍ବରକୁ ଯାଉଥିବା ଗ୍ୟାଲେକ୍ସି ବସ୍। ଆଜି ସନ୍ଧ୍ୟାରେ ପରିବହନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ ପକ୍ଷରୁ ୭/୧୭ ଛକରେ ଯାଞ୍ଚ କରାଯାଇଥିଲ। ବିଭିନ୍ନ ରାତ୍ରୀକାଳୀନ ବସ୍ର ସବିଶେଷ ଯାଞ୍ଚ ହୋଇଥିଲା। ଏହି ଯାଞ୍ଚବବେଳେ କାଳିଆକାହ୍ନୁ ବସ୍ର ଫିଟ୍ନେସ୍ ନଥିବା ଜଣାପଡ଼ିଥିଲା। ସେହିଭଳି ନୀଳମାଧବ ବସ୍ ଓ ଗ୍ୟାଲେକ୍ସି ବସ୍ର ପରମିଟ୍ ନଥିଲା।
ନିୟମ ମାନୁନଥିଲେ, ଜରିମାନା ଦେଲେ ୩ ବସ୍
/sambad/media/post_attachments/wp-content/uploads/2022/06/7e8f0df6-e0e2-47fa-89f0-2da5b4b2a148.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)