ମାଲକାନଗିରି ପୌର ନିର୍ବାଚନ: ଆଜି ୩ ପ୍ରମୁଖ ଦଳର ପ୍ରା୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ

ମାଲକାନଗିରି: ସୋମବାର (୨୦୨୨ ମାର୍ଚ୍ଚ ୭) ପୌର ନିର୍ବାଚନର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ। ବିଭିନ୍ନ ଦଳ ତରଫରୁ ନିଜ ନିଜ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏକ ପ୍ରକାର ସମାପ୍ତ ହୋଇଯାଇଛି। ବିଶେଷକରି ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ସୋମବାର ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ବିଜେଡି ତରଫରୁ ମନୋଜ କୁମାର ବାରିକଙ୍କୁ ଟିକଟ ମିଳିଥିବା ବେଳେ କଂଗ୍ରେସରୁ ପୂର୍ବରୁ ହିଁ ଚର୍ଚାରେ ଥିବା ଜି.ଶ୍ରୀନିବାସ ଏବଂ ବିଜେପିରୁ ପୂର୍ବରୁ ଘୋଷିତ ଥିବା ଶ୍ୟାମଲ ସୁନାନୀଙ୍କୁ ଟିକଟ ପ୍ରଦାନ କରିବ।

ତେବେ ମନୋଜ, ଶ୍ୟାମଲ ଏବଂ ଶ୍ରୀନିବାସଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଆଲୋଚନା ଜୋର ଧରିଛି। ଏହି ତିନି ପ୍ରାର୍ଥୀ କେହି କାହାକୁ ଉଣା ନୁହନ୍ତି। କେହି ବି ଜିତିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏଥିସହ ସ୍ବାଧୀନ ପ୍ରାର୍ଥୀମାନଙ୍କ ସଂଖ୍ୟା ମଧ୍ୟ କମ ନୁହେଁ। ପୌରାଞ୍ଚଳର ଲୋକେ ସଚେତନ ଏବଂ ଶିକ୍ଷିତ ଥିବାରୁ ଏମାନଙ୍କୁ ଠକିବା ଏକ ପ୍ରକାର ମୁସକିଲ ହେବ ବୋଲି ଆଲୋଚନା ଜୋର ଧରିଛି। ଯିଏ ଭର କାମ କରିବ ସେ ହିଁ ବିଜୟୀ ହେବ ବୋଲି କୁହାଯାଇଛି। ପୌର ନିର୍ବାଚନରେ ବିଶେଷକରି ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବ, ଯିଏ ବି ଜିତିବ ଅଳ୍ପ ବ୍ୟବଧାନରେ ହିଁ ଜିତିବ। ରାଜନୈତିକ ବିଶେଷଜ୍ଞମାନେ ଏବେ ଠାରୁ ଭବିଷ୍ୟତ ବାଣୀ ପ୍ରକାଶ କରିସାରିଲେଣି।

ବିଜେଡିର ଟିକଟ ପାଇବା ପାଇଁ ଏକ ଲମ୍ବାଧାଡି ରହିଥିଲା। ବହୁ ଆଶାୟୀ ନିଜ ନିଜ ଦରଖାସ୍ତ ବିଜେଡିର ସୁପ୍ରିମୋ ପାଖକୁ ପଠାଇଥିଲେ। ଏତେ ସଂଖ୍ୟକ ଦରଖାସ୍ତ ମଧ୍ୟରୁ ବିଜେଡିର ପୁରୁଣା କର୍ମୀ ମନୋଜକୁ ଟିକଟ ପ୍ରଦାନ କରାଗଲା। ପୂର୍ବରୁ ହିଁ ତାଂକ ନାମ ଶୁଣାଯାଉଥିଲା। ବିଜେଡିର ଟିକଟ ପାଇବା ପାଇଁ ଓକିଲ, ସାମ୍ବାଦିକ, ବରିଷ୍ଠ କର୍ମୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟବସାୟୀ, ଶିକ୍ଷକ ସମେତ କିଛି ସମାଜସେବୀଙ୍କ ନାମ ମଧ୍ୟ ଆଲୋଚନା ପରିସରରେ ରହିଥିଲା। କିନ୍ତୁ ମନୋଜ ସମସ୍ତଙ୍କୁ ପଛରେ ପକାଇ ଟିକଟ ହାସଲ କରିବାରେ ସଫଳ ହୋଇଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ପୌର ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଅନୁମାନ କରାଯାଏ।  ସହରରେ କିନ୍ତୁ ମାହୋଲ ଅଲଗା ରହିଥିବାରୁ କେଉଁ ଦଳ ଜିତିବ କହିବା ଏକ ପ୍ରକାର ଅସମ୍ଭବ। ପୌର ନିର୍ବାଚନରେ ଟଂକା ବଦଳରେ ଦକ୍ଷତା ଏବଂ ସଂପର୍କ କାମ କରିବ ବୋଲି ଆଲୋଚନା ହେଉଛି।

ବିଜେଡି ଆଜି ଟିକଟ ଘୋଷଣା କରିଥିବା ବେଳେ ବିଜେପି ଏବଂ କଂଗ୍ରେସ ତରଫରୁ ପୂର୍ବରୁ ହିଁ ଦୁଇ ଜଣଙ୍କ ନାମ ଆଲୋଚନାରେ ରହିଥିଲା। ବିଜେପିର ଶ୍ୟାମଲ ସୁନାନୀ ଏବଂ କଂଗ୍ରେସର ଜି.ଶ୍ରୀନିବାସ ରାଓ। ଏହି ଦୁଇ ଜଣଙ୍କ ଲୋକ ସଂପର୍କ ଏବଂ ଦଳୀୟ ଚିହ୍ନ ଏମାନଙ୍କୁ ଜିତିବାରେ ସହଯୋଗ ରକିବ ବୋଲି ଚର୍ଚା ହେଉଛି। କଂଗ୍ରେସ ଏବଂ ବିଜେପିରେ କେହି ମଧ୍ୟ ପ୍ରାର୍ଥୀ ପାଇଁ ଆଗେଇ ଆସିନଥିଲେ। ଏହି ଦୁଇ ଜଣ ଦୁଇ ଦଳର ଜଣେ ଜଣେ ପୁରୁଖା କର୍ମୀ। ମାଲକାନଗିରିରେ ପୌରାଞ୍ଚଳରେ ଏମାନ ଲୋଙ୍କ ପାଇଁକାମ କରିଛନ୍ତି। ତେଣୁ ଏମାନେ ବିଜେଡିକୁ କକଡା ଟକ୍କର ଦେବେ ବୋଲି କହିଛନ୍ତି। ତେବେ ପ୍ରାର୍ଥୀ ଯେଉଁ ଦଳର ହୁଅନ୍ତୁ ନା କାହିଁକି ସେମାନେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ନେଇବିଶ୍ବାସ ଜନ୍ମାଇଲେ ହିଁ ଲୋକେ ତାଂକୁ ବିଶ୍ବାସ କରି ଭୋଟ ଦେବେ ବୋଲି ଆଲୋଚନା ହେଉଛି। ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିଜର କମାଲ ଦେଖାଇବେ। ସେମାନଙ୍କର ଜନ ସଂପର୍କ ରହିଥିବାରୁ ସେମାନେ ମଧ୍ୟ ବିଜୟୀ ହେବାର ସ୍ବପ୍ନ ଦେଖୁଛନ୍ତି। ଆମେ ମଧ୍ୟ ଏହି ତିନି ଦଳକୁ ଟକ୍କର ଦେବୁ ବୋଲି ଯୁକ୍ତି ବାଢିଛନ୍ତି।

ସମ୍ବନ୍ଧିତ ଖବର