କଟକ : ଆରଟିଓ ଓ ଜିଲ୍ଲାପାଳ ଅଫିସରେ ଲାଲବାଗ ଥାନା ପୁଲିସ ଏକକାଳୀନ ଚଢ଼ଉ କରି ୩ ଜଣ ଦଲାଲଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ପୁରୀଘାଟ ଚୌଧୁରୀ ବଜାରର ମାନସ କୁମାର ବେହେରା, ମଙ୍ଗଳାବାଗ ନାୟକସାହି ଧିରଞ୍ଚି ନାରାୟଣ ପାତ୍ର, ମର୍କତନଗରର ପ୍ରଭାତ କୁମାର ସାହୁ। ପୁଲିସ ସେମାନଙ୍କ ନିକଟରୁ ୩୬ ହଜାର ୭୫୦ ଟଙ୍କା, ୬ଟି ଡିଏଲ୍ ସ୍ମାଟ୍ କାର୍ଡ, ଗୋଟିଏ ଆରସି ବୁକ୍ ସ୍ମାର୍ଟ କାର୍ଡ, ଆରଟିଓ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଡିଏଲ୍, ପଲ୍ୟୁସନ, ଫିଟନେସ୍, ବୀମା ସଂକ୍ରାନ୍ତ କାମ ପାଇଁ ଆରଟିଓକୁ ଆସୁଥିବା ଲୋକଙ୍କୁ ଏହି ଦଲାଲମାନେ ଲୁଟି ଆସୁଥିଲେ। ଧାଡ଼ିରେ ନ ରହି ତୁରନ୍ତ କାମ କରାଇବାର ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟୁଥିଲେ। ସମାନ ଧରଣର କାରନାମା ଜିଲ୍ଲାପାଳଙ୍କ ଅଫିସରେ ବି ଘଟୁଥିଲା। ଜିଲ୍ଲାପାଳଙ୍କ ଅଫିସକୁ କୌଣସି କାର୍ଯ୍ୟରେ କେହି ଆସିଥିଲେ ସେମାନଙ୍କୁ ମଧ୍ୟ ତୁରନ୍ତ କାମ କରାଇଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟୁଥିଲେ। ପୁଲିସ ଆଜି ଦିନ ପ୍ରାୟ ୧୦ଟା ୨୦ ବେଳେ ଚଢ଼ଉ କରି ଜିଲ୍ଲାପାଳ ଅଫିସରୁ ୨ ଜଣ ଓ ଆରଟିଓ ଅଫିସରୁ ଜଣେ ଦଲାଲକୁ ଗିରଫ କରିଥିବା ସୂଚନା ମିଳିଛି।
୩ ଦଲାଲ ଗିରଫ; ୩୬ ହଜାର ଟଙ୍କା, ଡିଏଲ୍ ଜବତ
/sambad/media/post_attachments/wp-content/uploads/2020/08/youth-arrested-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)