ଡିସେମ୍ବର ୩୧ରୁ ୩ ଦିନ ଯାଏଁ କଟକରେ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ

କଟକ: ରାଜ୍ୟରେ ନୂଆବର୍ଷ ଓ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ସିଏମ୍‌ସି  ଡିସେମ୍ବର ୩୧ ତାରିଖ ଠାରୁ ୨୦୨୨ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛି । ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ଼ ଆଶଙ୍କାକୁ ଏଡାଇବାକୁ ଆଗାମୀ ୩ ଦିନ ଭକ୍ତଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ।

ସୂଚନାଯୋଗ୍ୟ, ବିଏମ୍‌ସିର କଟକଣା ଅନୁସାରେ ଡିସେମ୍ବର ୩୧ ଠାରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ୱାରା, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । କାରଣ ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ଼ ପରିଲିକ୍ଷିତ ହୋଇଥାଏ । ତେଣୁ ଅଯଥା ଭିଡ଼ ଏଡାଇବାକୁ ଏଭଳି ନିଷ୍ପତ୍ତି ନେଇଛି ବିଏମ୍‌ସି । ତେବେ ଏହି ସମୟରେ ଧର୍ମାନୁଷ୍ଠାନରେ ଠାକୁରଙ୍କ ରୀତିନୀତି ପୂର୍ବଭଳି ଜାରି ରହିବ ବୋଲି ବିଏମସିର ଗାଇଡଲାଇନରେ ଦର୍ଶାଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରାଜଧାନୀ ଭୁବନେଶ୍ବରର ସମସ୍ତ ଧର୍ମାନୁଷ୍ଠାନ ଶୁକ୍ରବାର ଠାରୁ ୩ ଦିନ ବନ୍ଦ ରଖିବା ପାଇଁ ବିଏମ୍‌ସି ବିଜ୍ଞପ୍ତି ଜାରି କରିଛି।

ସମ୍ବନ୍ଧିତ ଖବର