ଉଲୁଣ୍ଡା: ମେଟକାନୀ ମନ୍ଦିର ସାମ୍ନାରେ ଚା’ ପିଉଥିବା ବେଳେ ପିକଅପ୍ ଭ୍ୟାନ୍ ଧକ୍କା ୪ ଜଣଙ୍କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଉଲୁଣ୍ଡା ଥାନା ଅଧୀନ ଆଇଁଲାଛାଟ ଗାଁର ରାଜା କୁମ୍ଭାର(୧୯), ନାରାୟଣ ଟିକ୍ରା ଗାଁର ଦେବାନନ୍ଦ ସୁରୁଜାଲ (୨୮) ଓ ମାଟିଖାଇ ଗାଁର ସୁଶାନ୍ତ ସାହୁ (୨୦)ଙ୍କ ମୃତ୍ୟୁ ଘଟିଛି। ଆଇଁଲାଛାଟ ଗାଁର କରଣ କୁମ୍ଭାର ଆହତ ହୋଇଛନ୍ତି। ତାଙ୍କୁ ଉଲୁଣ୍ଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ସୋନପୁର-ସମ୍ବଲପୁର ରାସ୍ତାର ମା’ ମେଟାକାନୀ ମନ୍ଦିର ସମ୍ନାରେ ରାସ୍ତାକଡ଼ରେ ଚା’ ଦୋକାନରେ ଚା’ ପିଉଥିଲେ। ସେଇ ସମୟରେ ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ସେମାନଙ୍କୁ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ଧକ୍କା ଦେଇଥିବା ପିକଅପ୍ ଭ୍ୟାନଟି ଘଟଣାସ୍ଥଳରୁ ଫେରାର ହୋଇଥିଲା। ତେବେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପିକଅପ୍ ଭ୍ୟାନର ଡ୍ରାଇଭରଙ୍କୁ ଖୋଜୁଛି।
/sambad/media/post_attachments/wp-content/uploads/2024/07/a06564d4-d3f8-4cb6-be2c-b848770f3b34.jpeg)
ଏହି ଦୁର୍ଘଟଣା ପରେ ପରିବାର ଓ ସମ୍ପର୍କୀୟମାନେ ଏକ ଜୁଟ ହୋଇ ଉଲୁଣ୍ଡା ଥାନା ସମ୍ମୁଖରେ ଧାରଣା ଦେବା ସହିତ ରାସ୍ତାରୋକ କରିଛନ୍ତି। ଫଳରେ ସୋନପୁର-ସମ୍ବଲପୁର ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଆନ୍ଦୋଳନକାରୀମାନେ ମୃତ ପରିବାରକୁ କ୍ଷତି ପୂରଣ ସହ ପିକ୍ଅପ୍କୁ ଜବତ କରିବା ସହିତ ଡ୍ରାଇଭରକୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/cf04fd4c-ca54-4365-9bbe-e95bb7680998.jpeg)