ଧାନ ବୋଝୋଇ ମ୍ୟାକ୍ସ ପିକ୍ଅପ୍‌ ଦୁର୍ଘଟଣାଗ୍ରସ୍ତ; ଦୁଇ ମୃତ, ତିନି ଜଣ ଆହତ

ରାୟଗଡ଼ା: ଚାନ୍ଦିଲି ଥାନା ଅନ୍ତର୍ଗତ ମୀନାଝୋଲା ଓ ବାଡିସୋଲା ଗାଁ ମଝିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଉକ୍ତ ମ୍ୟାକ୍ସ ପିକଅପ୍‌ଟି ଧାନବୋଝୋଇ ହୋଇ ହାତିଖାମ୍ବା ଠାରୁ ପେଣେକାମ ନିକଟସ୍ଥ ଝରା ମିଲ୍‌କୁ ଯାଉଥିବା ସମୟରେ ମୀନାଝୋଲା ଓ ବାଡିସୋଲା ଗ୍ରାମ ମଧ୍ୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।ଉକ୍ତ ମିନିଟ୍ରକ ନମ୍ବର ଓଡି-୨୦-୩୬୭୫ବୋଲି ଜଣାପଡିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣେ ଯୁବକର ମୁତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହୟତାରେ ୧୦୮ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଥିରେ ୩ଜଣଙ୍କ ସ୍ବାସ୍ଥ୍ୟବ୍ୟସ୍ଥା ସ୍ଥିର ରହିଥିବା ବେଳେ ଅନ୍ୟ ଜଣେ ଯୁବକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଛି।
ତେବେ ଘଟଣାସ୍ଥଳରେ ତେଜିୟା ମାଣ୍ଡାଙ୍ଗିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋପୀନାଥ କୁମ୍ବ୍ରିକାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଉଭୟ ମୃତ ବ୍ୟକ୍ତିଙ୍କ ଘର ଭୋଇମଡା ପଂଚାୟତ ଅନ୍ତର୍ଗତ ରାମପୁର ବୋଲି ଖବର ମିଳିଛି। ଅନ୍ୟ ୩ଗୁରୁତରଙ୍କ ମଧ୍ୟରେ ଅଞ୍ଜନ ନିମାଲା, ପୁନିଆ ନିମାଲା, ଚନ୍ଦ୍ର ନିଶାଳ ବୋଲି ସୂଚନା ମିଳିଛି।
ଖବରପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି ପହଞ୍ଚି ଏକ ମାମଲା ରୁଜୁ କରାଯାଇ ଘଟଣା ତଦନ୍ତ ଜାରିରହିଛି।
ସମ୍ବନ୍ଧିତ ଖବର