ସମ୍ବଲପୁର: ତାଲା ବନ୍ଦ ଥିବା ଏକ ଘର ଭିତରୁ ଶନିବାର ସନ୍ଧ୍ୟାରେ ତିନି ଜଣଙ୍କର ମୃତଦେହ ଠାବ ହୋଇଛି। ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ସଜିଆ ପରବୀନ (୩୨), ପୁଅ ଅବଦୁଲ ରେହମାନ (୧୦) ଓ ଝିଅ ହୁମାଇରା ତାଇବା (୮)।
/sambad/media/post_attachments/wp-content/uploads/2023/05/f62b43c0-b0f1-4f01-b5f2-cfeb4a522bbd.jpg)
ପୁଲିସ କହିବା ଅନୁସାରେ ଧନୁପାଲି ଥାନା ଅନ୍ତର୍ଗତ ସନାପାଲି ଅଞ୍ଚଳରେ ଏକ ଘର ଭିତରେ ୩ ଜଣଙ୍କର ମୃତଦେହ ପଡ଼ିଥିବା ନେଇ ସୂଚନା ମିଳିଥିଲା। ଏହି ଆଧାରରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଥିଲା। ବନ୍ଦ ଘରୁ ମା’ ଓ ତାଙ୍କର ପୁଅ ଓ ଝିଅ ମୃତଦେହ ଠାବ କରାଯାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ସଦର ଏସ୍ଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ମୁତୟନ ଅଛନ୍ତି। ଘର ସିଲ୍ କରାଯାଇଥିବା ବେଳେ ଅତିରିକ୍ତ ଏସ୍ପି ଅଟକୋ କୁଜୁର ଘର ବାହାରେ ମୁତୟନ ଅଛନ୍ତି।
/sambad/media/post_attachments/wp-content/uploads/2023/05/faa2cc1a-a8be-4e24-b024-fc6972f14ddc-1024x576.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/77e6817e-6d30-4c70-94a5-b9dd9cb688a7.jpg)