ଆନନ୍ଦପୁର: ବାଇକ୍‌ ଆରୋହୀ ୩ ଜଣ ବ୍ୟକ୍ତିଙ୍କୁ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନିକଟ ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଆଜି ଅପରାହ୍‌ଣରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।