ଆନନ୍ଦପୁର/ହାଟଡିହି: ମା’ ହାଟରୁ ଖେଳଣା ଆଣିଦେବେ।। ବରା-ସିଙ୍ଗଡ଼ା ଆଣିଦେବେ। ଖେଳିବା ଓ ଖାଇବାକୁ ମଳିବ। ଏମିତି ଭାବନା ନେଇ ପିଲାମାନେ ମାଙ୍କୁ ଅପେକ୍ଷା କରଥିବା ବେଳେ ଭାଗ୍ୟର ବିଡ଼ମ୍ବନା ଅନ୍ୟ କିଛି ହୋଇଛି। ହାଟରୁ ଅଟୋରେ ଘରକୁ ଫେରୁଥିବା ବେଳେ ଟ୍ରକ୍ ଚାପିଦେବାରୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥର କୋଡ଼ପଡ଼ା ନିକଟ ଗୋହିରାବଣୀ ଛକରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଟୁକୁନା ମୁଣ୍ଡା (୪୫), ସନା ମୁଣ୍ଡା (୪୭) ଓ ଆଚି ମୁଣ୍ଡା (୩୮)। ଆହତମାନେ ହେଲେ ଓକିଲ ଜେନା (୩୬) ଓ ସୋମବାରୀ ମୁଣ୍ଡା (୪୫)।
ସୂଚନା ଅନୁସାରେ ହାଟଡିହି ବ୍ଲକ ହାବେଳେଶ୍ବର ପଞ୍ଚାୟତ ଅଧିନ ଜାବିନୀପୁର ଗାଁରୁ ଟୁକୁନା ମୁଣ୍ଡା, ସନା ମୁଣ୍ଡା, ଆଚି ମୁଣ୍ଡା, ସୋମବାରୀ ମୁଣ୍ଡା ଅନ୍ୟମାନଙ୍କ ସହିତ ଆଜି ସକାଳୁ ମୟୂରଭଂଜ ଜିଲ୍ଲା ମହୁଲଡହା ଥାନା ଅନ୍ତର୍ଗତ ସାତକୋଶିଆ ସାପ୍ତାହିକ ହାଟକୁ ଯାଇଥିଲେ। ସେମାନେ ହାଟ କାମ ସାରି ଅପରାହ୍ନରେ ଫେରୁଥିଲେ। ଅପରାହ୍ନ ପ୍ରାୟ ୪ଟାରେ ଦୁର୍ଘଟଣା ଶିକାର ହୋଇଥିଲେ। କୋଡପଡ଼ା ନିକଟ ଗୋହିରାବଣୀ ଛକରେ ଚିପ୍ସ ବୋଝେଇ ଟ୍ରକ୍ ଅଟୋ ଉପରେ ଚଢ଼ିଯାଥିଲା।
/sambad/media/post_attachments/wp-content/uploads/2022/04/ce73613f-cf05-446a-a20c-5d2f3fef5a9d-1024x473.jpg)
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଓ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲା। ତେବେ ଜଣେ ଗୁରୁତରଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଟ୍ରକ୍କୁ ଜବତ କରିଥିବା ବେଳେ ଏହାର ଚାଳକ ଫେରାର ଅଛି। ଘରକୁ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଯିବା ପରେ ଜାବିନୀପୁର ଗାଁରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/b8b28c88-ad9b-417b-814b-d878022837aa.jpg)