ଅଟୋ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ; ଜଣେ ମୃତ, ୯ ଗୁରୁତର

କୋରାପୁଟ: ଅଟୋ ଉପରେ ଦ୍ରୁତଗାମୀ ଅଟୋ ମାଡ଼ି ଯାଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା‌ବେଳେ ୯ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେରାପୁଟ ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଲଷ୍ମୀ ଭୋଇ। ଆହତମାନେ ହେଲେ ମୁସପୁଟର ରଶ୍ମିତା ପ୍ରଧାନୀ, ମୋତି ଦିସରି, ମିତୁଲା ଜାଣି, ମନ ଦିସରି(ଅଟୋ ଡ୍ରାଇଭର), ବୁଟୁରଗୁଡାର ବୈଦି ମୁଦୁଲି, ରୁକ୍ମଣୀ ମିଦୁଲି, ମୂଳା ମୁଦୁ, ଲିକାଲିମଣି ମୁଦୁଲି  ଓ ମାଳତୀ ମୁଦଲି ରହିଛନ୍ତି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କୋରାପୁଟରୁ ଏକ ଅଟୋ ୧୦ ଜଣ ଯାତ୍ରୀଙ୍କୁ ନେଇ ମୁସପୁଟ ଓ ବତୁଟୁରଗୁଡ଼ା ଯାଉଥିଲା। ଅଟୋ ଚାଳକ ଯେତେବେଳେ ଯାତ୍ରୀମାନଙ୍କୁ ନେଇ ଦୟନିଧିଗୁଡ଼ା ନିକଟରେ ପହଞ୍ଚିଥିଲେ, ସେହି ସମୟରେ ଘଟଣାସ୍ଥଳକୁ ବିଶାଖାପାଟଣା ପାର୍ଶ୍ବରୁ ରାୟପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ପହଞ୍ଚିଥିଲା। ଟ୍ରକ୍‌ର ଚାଳକ ନିୟନ୍ତ୍ରଣ ହରାଇ ଅଟୋ ଉପରେ ଚଢ଼ାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୯ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ୩ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଛିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାର ତଦନ୍ତ କରୁଛି।

 

ସମ୍ବନ୍ଧିତ ଖବର