ସମ୍ବଲପୁର: ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଝାରସୁଗୁଡ଼ାରୁ ସମ୍ବଲପୁର ଦେଇ କଳାହାଣ୍ଡି ଅଭିମୁଖେ ଘରକୁ ଫେରୁଥିବା ସମୟରେ ୧୦ ଜଣ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ହାଇୱା ପଛରେ ପିଟି ଅଟୋ(ଓଡି ୩୧ଜି ୧୮୮୨)ଟି ସଂପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ନାବାଳିକା, ଜଣେ ଶିଶୁ ଓ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେମାନେ ପରସ୍ପର ସମ୍ପର୍କୀୟ । ଆଜି ପୂର୍ବାହ୍ଣରେ ସମ୍ବଲପୁରର ପ୍ରଧାନପାଲି ଛକ ପ୍ଲାନା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ବେଣୁଧର ବାଗ(୧୯), ପୁନମ ବାଗ(୧୩) ଓ ତାଙ୍କ ସାନ ଭଉଣୀ ନେମସିକା ବାଗ(୮ ମାସ)। ସେମାନେ ସମ୍ବଲପୁର ଖୁରି ଗାଁ’ରେ ରହି ସଲସାର ରାଇସ ମିଲରେ କାମ କରୁଥିଲେ। ଅଟୋରେ ଥିବା ଅନ୍ୟମାନେ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2023/06/3ff63cb1-e44a-4314-8823-51ed5718d2c7-e1685880743404-1024x563.jpg)
ସୂଚନା ମୁତାବକ, ଗତକାଲି ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଳ ଗାଁର ବେଣୁଧର ବାଗ, ପୁନମ ବାଗ, ନେମସିକା ବାଗଙ୍କ ସମେତ ବୈଦେହୀ ବାଗ, ଜୟନ୍ତୀ ବାଗ, ପୂର୍ବି ବାଗ, ବାଦଲ ବାଗ ଓ ପିଙ୍କି ସିକା ଆଜି ସକାଳୁ ଏକ ଅଟୋ ରିକ୍ସା ଭଡା କରି ସେମାନେ ଝାରସୁଗୁଡ଼ା ପଟୁ ୧୦ ନମ୍ବର ରାଜ୍ୟ ରାଜପଥ ଦେଇ ସମ୍ବଲପୁର ଆଡକୁ ଆସୁଥିଲେ। ସେମାନେ କଳାହାଣ୍ଡିରେ ଥିବା ନିଜ ଘରକୁ ଯାଇଥାନ୍ତେ। ତେବେ ପ୍ରଧାନପାଲି ନିକଟରେ କୌଣସି କାରଣରୁ ଏହି ଯାତ୍ରୀବାହି ଅଟୋ ରିକ୍ସା ଆଗରେ ଯାଉଥିବା ଏକ ହାଇୱା ପଛରେ ପିଟି ହୋଇଯାଇଥିଲା । ଫଳରେ ଅଟୋ ରିକ୍ସାଟି ଭାଙ୍ଗିରୁଜି ଯାଇଥିଲା।
/sambad/media/post_attachments/wp-content/uploads/2023/06/19a0dd5d-6a22-4b84-926e-17153839bd9d-e1685880784201-1024x614.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/5b99e035-3385-444f-9c50-3dd482222b2a.jpg)