ଚିକିଟି(ବିଭୁଦେନ୍ଦ୍ର ପାଢ଼ୀ): ମହାଷ୍ଟମୀରେ ଅଘଟଣ ଘଟିଛି। ଗଂଜାମ ଜିଲ୍ଲା କେ. ନୂଆଗାଁ ନିକଟସ୍ଥ ମା ରତ୍ନେଶ୍ୱରୀଙ୍କ ନବରାତ୍ରି ପୂଜା ଦେଖିବାକୁ ଆସି ବାହୁଦା ନଦୀ ପାର ହୋଇ ନିଜ ଗାଁ କଳିଙ୍ଗଦଳା ଫେରୁଥିବା ବେଳେ ନଦୀରେ ମା, ଝିଅ ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛିl
ସୂଚନା ମୁତାବକ ଆଜି ମହାଅଷ୍ଟମୀ ପୂଜା ଦେଖିବା ପାଇଁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଂଚାୟତର କଳିଙ୍ଗଦଳା ଗାଁରୁ ମା ଉଷା ବେହେରା (୫୦), ଝିଅ ଅନୁସୟା ବେହେରା( ୩୫), ସାତ ବର୍ଷର ନାତୁଣୀ ଏବଂ ପାଞ୍ଚ ବର୍ଷର ନାତିକୁ ଧରି ମହାଅଷ୍ଟମୀ ପୂଜା ଦେଖିବା ପାଇଁ ଆସିଥିଲେl ନବରାତ୍ରି ପୂଜା ଅବସରରେ ମା’ଙ୍କ ଦର୍ଶନ ସାରି ପ୍ରସାଦ ସେବନ କରି ନିଜ ଗାଁ କଳିଙ୍ଗଦଳାକୁ ଫେରିବା ପାଇଁ ବlହୁଦା ନଦୀ ପାର ହେଉଥିଲେ। ସମୟ ପାଖାପାଖି ୩ଟା ବେଳେ ସମସ୍ତ ୪ ଜଣ ବlହୁଦା ନଦୀ ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେl
କଳିଙ୍ଗଦଳା ଗାଁର ଉଷା ବେହେରା ଝିଅ ଅନୁସୟା, ସାତ ବର୍ଷର ନାତୁଣୀ ଏବଂ ପାଞ୍ଚ ବର୍ଷର ନାତିକୁ ଧରି ମହାଅଷ୍ଟମୀ ପୂଜା ଦେଖିବା ପାଇଁ ଆସିଥିଲେ। ନବରାତ୍ରି ପୂଜା ଅବସରରେ ମା’ଙ୍କ ଦର୍ଶନ ସାରି ପ୍ରସାଦ ସେବନ କରି ନିଜ ଗାଁ କଳିଙ୍ଗଦଳାକୁ ଫେରିବା ପାଇଁ ବlହୁଦା ନଦୀ ପାର ହେଉଥିବା ବେଳେ ଦୁର୍ଘଟଣାର ସାମ୍ନା କରିଥିଲେ।
ଖବର ପାଇ ନଦୀତଟରେ ରହିଥିବା କଳିଙ୍ଗଦଳା ଗ୍ରାମବାସୀ ବାହୁଦା ନଦୀରୁ ସେମାନଙ୍କୁ ଉଦ୍ଧାର କରି ବାଇକ୍ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିଟି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେl ଚିକିଟି ମେଡିକାଲରେ ମା’, ଝିଅ, ନାତିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେl ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛିl ଧାନଘର ଫାଣ୍ଡି ପୁଲିସ ଶବକୁ ଜବତ କରି ପୋଷ୍ଟମାର୍ଟମ ପାଇଁ ବ୍ରହ୍ମପୁର ପଠାଇଛିl ମୃତ୍ୟୁ ଖବର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
Accident | ganjam