ବେଗୁନିଆ/ବନ୍ତଳା/ବଡ଼ସାହି : ହାତୀ-ମଣିଷ ଲଢ଼େଇ ଦିନକୁଦିନ ଉଗ୍ର ହେବାରେ ଲାଗିଛି। ତେବେ, କିଛିଦିନ ଧରି ହାତୀ ଆକ୍ରମଣରେ ବହୁଲୋକଙ୍କ ପ୍ରାଣହାନି ଘଟଣା ଚିନ୍ତାଜନକ ହୋଇପଡ଼ିଥିବା ବେଳେ ଆଜି ୩ଜଣଙ୍କର ପ୍ରାଣ ଯାଇଛି। ଅବଶ୍ୟ ଏହି ଘଟଣା ୩ଟି ସ୍ଥାନରେ ଘଟିଛି। ଗୋଟିଏ ଘଟଣା ଖୋର୍ଦ୍ଧାରେ ଘଟିଥିବା ବେଳେ ଅନ୍ୟ ଦୁଇଟି ଘଟଣା ଅନୁଗୁଳ ଓ ମୟୂରଭଞ୍ଜରେ ଘଟିଛି।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଦେଉଳି ପଂଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ଜଣେ ବୃଦ୍ଧଙ୍କ ପ୍ରାଣଯାଇଛି। ବୃଦ୍ଧ ଜଣକ ହେଲେ, ଦେବରାଜ ହରିଚନ୍ଦନ। ଦେବରାଜ ଶୌଚ ହେବାକୁ ଯାଇଥିବା ବେଳେ ହାତୀଟି ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ହମାମିରା ଗାଁର ଛଇଳ ସାହୁଙ୍କ ପତ୍ନୀ ଚମ୍ପା ସାହୁ (୬୮)ଆଜି ତାଙ୍କ ଘର ପଛ ପାଖ ଆମ୍ବ ବଗିଚାକୁ ଯାଇଥିଲେ। ସକାଳ ପ୍ରାୟ ୧୦ଟା ବେଳକୁ ତାଙ୍କୁ ଏକ ଦନ୍ତା ଦଳି ଦେଇଥିଲା।
ସେହିପରି, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବିରେଶ୍ୱରପୁର ପଞ୍ଚାୟତ ଭରତଚନ୍ଦ୍ରପୁର ଗ୍ରାମର ରାମଜିତ ଟୁଡ଼ୁଙ୍କ ପତ୍ନୀ ସୀତା (୬୦) ଦନ୍ତାହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଗାଁର କିଛି ମହିଳାଙ୍କ ସହ ସୀତା ଆଜି ଭୋର୍ ସମୟରେ ନିକଟସ୍ଥ ଗଜଡ଼ି ଜଙ୍ଗଲକୁ ମହୁଲ ଫୁଲ ଗୋଟାଇବାକୁ ବାହାରିଥିଲେ। ସୀତା ଆଗରେ ଯାଉଥିବା ବେଳେ ଅନ୍ୟମାନେ ପଛରେ ଆସୁଥିଲେ। ଏହିସମୟରେ ଜଙ୍ଗଲ ଭିତରେ ଏକ ଗୋଠଛଡ଼ା ଦନ୍ତା ତାଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/elephant.jpg)