ଭୁବନେଶ୍ୱର/ପୁରୀ/କେନ୍ଦ୍ରାପଡ଼ା: ସାମୁଦ୍ରିକ ଝଡ଼ର ପ୍ରଭାବରେ ଶୁକ୍ରବାର ୪ ଜଣଙ୍କ ଜୀବନ ଯାଇଛି। ପୁରୀ ସହରରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଚଂଳରେ ଜଣେ ବୃଦ୍ଧା ଓ ସାକ୍ଷୀଗୋପଳରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଅନ୍ତର୍ଗତ ଗୁପ୍ତି ପଂଚାୟତର ଗରତକରିଆ ଗାଁର ଅଶ୍ୱିନୀ ବୈଦ୍ୟଙ୍କ ପତ୍ନୀ ଉଷା ବୈଦ୍ୟ (୭୦)ଙ୍କର ମୃତ୍ୟୁ ହୋଇଛି। ପ୍ରଶାସନ ପକ୍ଷରୁ ଗୁରୁବାର ଠାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଉଷା ଆଜି ସକାଳ ୮ଟା ୩୦ରେ ନିଜ ପରିବାର ଲୋକଙ୍କ ସହିତ ଦେବେନ୍ଦ୍ର ନାରାୟଣପୁରସ୍ଥିତ ବିଦ୍ୟାଳୟରେ କରାଯାଇଥିବା ଆଶ୍ରୟସ୍ଥଳକୁ ଯାଉଥିବା ବେଳେ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
/sambad/media/post_attachments/wp-content/uploads/2019/05/fani-7-300x146.jpg)
ସେହିପରି ପୁରୀରେ ବାତ୍ୟା ଯୋଗୁଁ ୨ ଜଣ ଲୋକଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯଦିଓ ମୃତକଙ୍କର ପରିଚୟ ମିଳିପାରି ନାହିଁ, ତଥାପି ସେମାନେ ଦୋଳମଣ୍ଡପ ସାହି ଓ ତଳଜଙ୍ଗ ଅଂଚଳର ବୋଲି ଜଣାପଡ଼ିଛି। ଜଣେ ଲୋକ ନିଜ ଘରର ମାଟିକାନ୍ଥକୁ ସୁରକ୍ଷା ଦେବା ପାଇଁ କାମ କରୁଥିବା ବେଳେ ଗଛ ମାଡ଼ିବସିବାରୁ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ। ଅନ୍ୟଜଣଙ୍କ ଉପରେ ଆଜବେଷ୍ଟସ ପଡ଼ିଯାଇଥିଲା। ଉଭୟଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିଆଯାଇଥିଲା କିନ୍ତୁ ଡାକ୍ତର ରିସିଭ୍ ଡେଥ୍ ଘୋଷଣା କରିଥିଲେ। ସାକ୍ଷୀଗୋପାଳର ହିରଣ୍ୟପଡା ଗାଁରେ ନଡିଆ ଗଛ ବାହାଙ୍ଗା ପଡି ଜମେ ୧୮ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/dead-a.jpg)