ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ପତଡ଼ା ନିକଟରେ ଶନିବାର ରାତି ପ୍ରାୟ ଗୋଟାଏ ବେଳେ ଏକ ଯାତ୍ରୀବାହୀ ୱିଙ୍ଗର ଗାଡ଼ି ସହ ଟ୍ରକ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତକମାନେ ହେଲେ ତୁଲସିପାଲ ଗ୍ରାମର ଶିବରାମ ସାହୁ (୪୮), ବୋଲାସିଂହା  ଗ୍ରାମର ଧରଣୀ ପ୍ରଧାନ (୫୫)  ଓ ଅରୁଣ କୁମାର ସାହୁ (୪୫)। ସ୍ଥାନୀୟ ଲୋକ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାକୁ ପଠାଇଛନ୍ତି। ଏଥିସହିତ ଗୁରୁତର ଭାବେ ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

publive-image

ଆହତଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଏହି ଯାତ୍ରୀମାନଙ୍କ ଘର ଅନୁଗୁଳ ଜିଲ୍ଲା ବୋଲାସିଂହା ଗ୍ରାମରେ। ଏମାନେ କୋରାପୁଟକୁ ପିକ୍‌ନିକ୍‌ କରି ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।