ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୩ ବିଭାଗର ନିର୍ଦେଶକ ନିଯୁକ୍ତ କରାଯାଇଛି। ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ରେ କାର୍ଯ୍ୟ କରୁଥିବା ଡା. ସଂଯୁକ୍ତା ସାହୁଙ୍କୁ ରାଜ୍ୟ ନର୍ସିଂ ନିର୍ଦେଶାଳୟର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଆର୍ଜିଏଚ୍ ରାଉରକେଲାର ନିର୍ଦେଶକ ଦାୟିତ୍ବ ତୁଲାଉଥିବା ଡା. ଦୀନବନ୍ଧୁ ପଣ୍ଡାଙ୍କୁ ରାଜ୍ୟ ରକ୍ତ ସଂଚାରଣ ପରିଷଦର ନିର୍ଦେଶକ ଓ ଅନୁଗୁଳ ଜିଲ୍ଲା ସିଡିଏମ୍ଓ ଡା.ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୩ ନିର୍ଦେଶକ ନିଯୁକ୍ତ
/sambad/media/post_attachments/wp-content/uploads/2019/04/doctors-784x441.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)