ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଶ୍ବକର୍ମା ପୂଜା ପାଇଁ ଗାଡ଼ି ଧୋଇବାକୁ ଯାଇଥିବା ବେଳେ କେନାଲରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଧର୍ମଗଡ଼ର ହରମନ ନାଏକ (୧୫ବର୍ଷ)। ପ୍ରକାଶ ଯେ, ଆଜି ହରମନ ଦୁଇ ସାଙ୍ଗଙ୍କ ସହ ନିକଟ ତେନ୍ତୁଳିଆ ରୋଡ଼ ସ୍ଥିତ କେନାଲକୁ ଗାଡ଼ି ଧୋଇବାକୁ ଯାଇଥିଲେ। ଗାଡ଼ି ଧୋଇବା ପରେ ଗାଧୋଇବା ସମୟରେ ପାଣି ସ୍ରୋତରେ ହରମନ ବୁଡ଼ି ଯାଇଥିଲେ। ଅନ୍ୟ ଦୁଇ ସାଙ୍ଗ ମଧ୍ୟ ଭାସି ଯାଇଥିଲେ। ତେବେ ହରମନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଅନ୍ୟ ଦୁଇ ଜଣ ସାଙ୍ଗ ଧର୍ମଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଧର୍ମଗଡ଼ ପୁଲିସ୍ ଏନେଇ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି।
ବିଶ୍ବକର୍ମା ପୂଜା ପାଇଁ ଗାଡ଼ି ଧୋଇବାକୁ ଯାଇଥିଲେ; କେନାଲରେ ବୁଡ଼ି ଜଣେ ମୃତ, ୨ ଗୁରୁତର
/sambad/media/post_attachments/wp-content/uploads/2023/09/Drawn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)