Dna India
ବାଲେଶ୍ବର/ବୈଶିଙ୍ଗା/ଯାଜପୁରସଦର : ବାଲେଶ୍ୱର ରେମୁଣା ଥାନା ପତୁକାଶାସନ ଗାଁର ଜଣେ ନାବାଳକ ଓ ଜଣେ ଯୁବକ ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକଦ୍ବୟ ସଂପର୍କୀୟ ଭାଇ ଅଟନ୍ତି। ସେହିଭଳି, ବୈତରଣୀ ନଦୀରେ ବୁଡ଼ି ଜଣେ ଜଣେ ଯୁବକ ପ୍ରାଣ ହରାଇଛନ୍ତି।
ସୂଚନା ଅନୁସାରେ, ବାଲେଶ୍ବର ପତୁକାଶାସନ ଗ୍ରାମର ଜ୍ଞାନରଞ୍ଜନ ପଣ୍ଡାଙ୍କ ପୁଅ ତୁଷାର (୧୦) ଓ ତାଙ୍କ ଭିଣୋଇ ପ୍ରମୋଦ ପଣ୍ଡାଙ୍କ ପୁଅ ବିକାଶ (୨୪) ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗାଁ ନିକଟରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁହେଁ ଗାଧୋଇବା ସମୟରେ ଗଣ୍ଡ ଭିତରେ ବୁଡ଼ି ଯାଇଥିଲେ। ଗାଁ ଲୋକ ଓ ପରିବାର ନଦୀରେ ଖୋଜାଖୋଜି କରିବାପରେ ପ୍ରଥମେ ତୁଷାରଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଅଗ୍ନିଶମ କର୍ମଚାରୀ ବିକାଶଙ୍କୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।
ସେହିଭଳି, ବୈତରଣୀ ନଦୀରେ ବୁଡ଼ିଯାଇଥିବା ଯୁବକ ହେଲେ, ଯାଜପୁର ଟାଉନ ଥାନା ଅନ୍ତର୍ଗତ ରାମବାଗ ହୀରାପୁର ଅଞ୍ଚଳର ନିଶିକାନ୍ତ ମଲ୍ଲିକ(୩୯)।। ନିଶିକାନ୍ତଙ୍କ ଘର ପାଖର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ସହ ନିଶିକାନ୍ତ ମଧ୍ୟ ଶବଦାହ ପାଇଁ ଯାଜପୁର ସହରର ବାରୁଣୀ ମହାଶ୍ମଶାନକୁ ଆସିଥିଲେ। ଶବଦାହ ପରେ ବୈତରଣୀରେ ଗାଧୋଉଥିବା ବେଳେ ନିଶିକାନ୍ତ ନଦୀରେ ବୁଡ଼ିଯାଇଥିଲେ।
Follow Us