ରାଜ୍ୟରେ ୫ବର୍ଷରେ ତିନି ଇଞ୍ଜିନିୟରିଂ କଲେଜ, ଗୋଟିଏ ସ୍କୁଲ ବନ୍ଦ ହୋଇଛି

ଭୁବନେଶ୍ବର : ରାଜ୍ୟରେ ଘରୋଇ ଉଦ୍ୟମରେ ୮୪ଟି ଇଞ୍ଜିନିୟରିଂ କଲେଜ ଓ ୧୨୨ଟି ଇଞ୍ଜିନିୟରିଂ ସ୍କୁଲ ସ୍ଥାପନ ହୋଇଛି। ହେଲେ ୫ବର୍ଷରେ ଏଥିରୁ ତିନିଟି ଇଞ୍ଜିନିୟରିଂ କଲେଜ ଓ ଗୋଟିଏ ଇଞ୍ଜିନିୟରିଂ ସ୍କୁଲ ବନ୍ଦ ପାଇଁ ଆବଶ୍ୟକୀୟ ଅନୁମତି ନେଇଛନ୍ତି। ସେଗୁଡ଼ିକ ହେଲା ଭୁବନେଶ୍ବରର ଇଣ୍ଡିକ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ଆଣ୍ଡ ରିସର୍ଚ୍ଚ, ମହାରାଜା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ବ୍ରହ୍ମପୁରର ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି ସମେତ ପୁରୀ ଇଞ୍ଜିନିୟରିଂ ସ୍କୁଲ ବନ୍ଦ ହୋଇଛି। ରାଜ୍ୟରେ ଥିବା ରୁଗ୍‌ଣ ଇଞ୍ଜିନିୟରିଂ କଲେଜଗୁଡ଼ିକର ସ୍ଥିତି ଅନୁଧ୍ୟାନ ଓ ସେମାନଙ୍କର ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା ନିମନ୍ତେ କୌଣସି ପ୍ରସ୍ତାବ ନାହିଁ। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର