ନଗଡ଼ା ରାସ୍ତା ଦୁର୍ନୀତି ନେଇ ଥାନାରେ ହାଜର ହେଲେ ୩ ଯନ୍ତ୍ରୀ

ଯାଜପୁର/କାଳିଆପାଣି : ଗ୍ରାମାଞ୍ଚଳ ବିକାଶ ନାମରେ ହେଉଛି ନାହିଁନଥିବା ଦୁର୍ନୀତି। ଗୁପ୍ତ ଟେଣ୍ଡର ଏବଂ କେ-୨କୁ ଅସ୍ତ୍ର କରି ଯାଜପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ରେ ବ୍ୟାପକ ଅର୍ଥ ବାଟମାରଣା କରାଯାଇଛି। ବିଭାଗୀୟ ସଚିବ ପ୍ରଦୀପ ଜେନା ଦୁର୍ନୀତି ରୋକିବାକୁ ନୀତିନିୟମରେ ପରିବର୍ତ୍ତନ ଆଣିଥିଲେ ହେଁ ଯାଜପୁର ଜିଲ୍ଲାରେ ଫେଲ ମାରିଛି।

ଯାଜପୁର-୧ ଡିଭିଜନରେ ୨୦୧୯-୨୦ରେ ୧୩୫୬ଟି କେ-୨ (୧୦ ହଜାର ଟଙ୍କାରୁ କମ୍‌) କରାଯାଇ ୧କୋଟିରୁ ଅଧିକ ଅନୁଦାନ ହଡ଼ପ ହୋଇଥିବା ଅଭିଯୋଗ ହେଉଛି। ସେହିପରି ୨୦୧୯-୨୦ ଓ ୨୦୨୦-୨୧ରେ ୧୮୫ଟି ଗୁପ୍ତ ଟେଣ୍ଡର କରାଯାଇଛି। ଯ‌ାହାକି ନଗଡ଼ା ରାସ୍ତା ମରାମତି ଓ ବଙ୍ଗଳାଛକ(ସୁକିନ୍ଦା)- ହାତୀବାରି ପୂର୍ତ୍ତ ରାସ୍ତାରେ ହୋଇଥିବା ଦୁର୍ନୀତି ଧରାପଡ଼ିଛି। ନଗଡ଼ା ରାସ୍ତାରେ ୪୪.୨୨ଲକ୍ଷ ଟଙ୍କାର (୧୦ ଗୁପ୍ତ ଟେଣ୍ଡର) ଦୁର୍ନୀତି ଘଟଣାରେ ଗତକାଲି କାଳିଆପାଣି ଥାନାରେ ୩ ଯନ୍ତ୍ରୀ ତଥା ଅଧୀକ୍ଷଣ ଯନ୍ତ୍ରୀ ବିଜୟ ମହାରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ମୁଦୁଲି ଭେଙ୍କଟରମଣ, ଟମକା କନିଷ୍ଠ ଯନ୍ତ୍ରୀ ରସାନନ୍ଦ ବାରିକ ହାଜର ହୋଇ ପକ୍ଷ ରଖିଥିଲେ।

ସମ୍ବନ୍ଧିତ ଖବର