ଗୁଣପୁର: ରାୟଗଡ଼ାଜିଲ୍ଲା ଗୁଣପୁର ପୌର ପରିଷଦ ୪ ନମ୍ବର ୱାର୍ଡ ବେବର୍ତା ଢେପ ସାହିରେ ରବିବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ ପରିବାରର ୯ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଘରେ କେହି ନଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।
ଦୀପ ନିଆଁରୁ ଅଗ୍ନିକାଣ୍ଡ ସନ୍ଦେହ
ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଗୁଣପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବିଭାଗଙ୍କ ମିଳିତ ଉଦ୍ୟମରେ ନିଆକୁ ଆୟତ୍ତ କରାଯାଇଥିଲା।
ଆହୁରି ପଢ଼ନ୍ତୁ:Low Pressure Over Bay Of Bengal: ବଙ୍ଗୋପସାଗରରେ ଲଘୁଚାପ: ଆଗାମୀ ଦୁଇ ଦିନ ମଧ୍ୟରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ପୂର୍ବାନୁମାନ
୯ ବଖରା ପୋଡ଼ି ପାଉଁଶ
ଅଗ୍ନିକାଣ୍ଡରେ ୯ ବଖରା ଘରର ଆସବାବପତ୍ର ପତ୍ରଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନି ବିପନ୍ନ ସମସ୍ତ ଗରିବ ଓ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
ଅପରପକ୍ଷେ ରାଜସ୍ବ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ଜଣାପଡିଛି ।
ଶିବପ୍ରସାଦ ଦୋରା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/23/three-families-lose-everything-in-fire-cause-of-fire-unclear-2025-11-23-12-08-06.jpg)