ରା.ଉଦୟଗିରି: ନୂଆଗଡ ବ୍ଲକ ପରିମଳ ପଞ୍ଚାୟତସ୍ଥ ନୂଆପଲ୍ଲୀ ନିକଟସ୍ଥ ପାହାଡ଼ରୁ ଆଜି ଭୂସ୍ଖଳନ ଘଟିଛି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ନିକଟରେ ଥିବା ଅଧିକାଂଶ ଗୃହଗୁଡିକର ଆଂଶିକ କ୍ଷତି ଘଟିଛି। ସକାଳ ୬ଟା ଠାରୁ ଘଟିଥିବା ଏହି ଭୂସ୍ଖଳନରେ ରାସ୍ତା ଉପରେ ୨/୩ଫୁଟ ଉଚ୍ଚର ମାଟି ଅତଡ଼ା ଖସି ଆସିଛି। ଫଳରେ ନୂଆଗଡ ବ୍ଲକର ଦୁର୍ଗମ ୬ଟି ପଞ୍ଚାୟତ ପରିମଳ, ଉଦୟପୁର, ସମ୍ବଲପୁର, କିରାମା, ଅନୁଗୁରୁ ଓ ସୁନ୍ଦରଡାଙ୍ଗ ପଞ୍ଚାୟତରେ ଯୋଗାଯୋଗ ବ୍ୟାହତ ହୋଇଛି। ଫଳରେ ଯାତ୍ରୀବାହୀ ଯାନବାହାନ ଯାତାୟାତ ମଧ୍ୟ ବନ୍ଦ ରହିଛି। ପାହାଡ଼ରୁ ଖସି ଆସିଥିବା ବଡ଼ ବଡ଼ ପଥର ମଧ୍ୟ ଗମନାଗମନରେ ବାଧା ସୃଷ୍ଟି କରିଛି। ଅଧିକାଂଶଙ୍କ ଘର ମୁହଁରେ ପଥର ପଡି ରହିଛି। ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇଛି। ସ୍ଥାନୀୟ ଜନସାଧାରଣ ଏପର୍ଯ୍ୟନ୍ତ ପ୍ରଶାସନକୁ ଅପେକ୍ଷା କରି ରହିଛନ୍ତି।
ଗଜପତି: ନୂଆପଲ୍ଲୀ ଠାରେ ଭୂ-ସ୍ଖଳନ, ରାସ୍ତା ଉପରେ ୩ ଫୁଟ ଉଚ୍ଚର ମାଟି ଅତଡା
/sambad/media/post_attachments/wp-content/uploads/2022/07/58faf43f-f175-47a3-b9f1-c5867c9a53d8.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)