ମନୀଷ ଦାସ ମୃତ୍ୟୁ ମାମଲା: ଜାମିନ ଆବେଦନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ତିନି ଅଭିଯୁକ୍ତ

ଭୁବନେଶ୍ୱର: ମନୀଷ ଦାସ ମୃତ୍ୟୁ ମାମଲାରେ ଜେଏମ୍‌ଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ତିନି ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। କମିସନରେଟ ପୁଲିସ ତିନି ଅଭିଯୁକ୍ତଙ୍କର ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଅକ୍ଟୋବର ୧୭ ତାରିଖରେ ରିମାଣ୍ଡର ଆବେଦନ ଶୁଣାଣି ହେବ। ଦିନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ବିଶ୍ୱାଳଙ୍କ ମଧ୍ୟରୁ ଅମ୍ରିତଙ୍କ କେବଳ ଜାମିନ ପାଇଁ ଆବେଦନ ହୋଇଥିଲା। ଅନ୍ୟ ୨ ଜଣଙ୍କ ଜାମିନ ପାଇଁ କେହି ଓକିଲ ଆବେଦନ କରି ନଥିଲେ। ଜେଏମ୍‌ଏଫ୍‌ସି କୋର୍ଟ ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। କୋର୍ଟ ଆସନ୍ତାକାଲି ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ।

ସୂଚନାଯୋଗ୍ୟ, ଗିରଫ ପରେ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଏମାନଙ୍କ ବିରୋଧରେ ଦଫା ୩୦୨, ୩୬୪-ଏ, ୨୦୧, ୩୪ ଧାରାରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର